STORYMIRROR

Samar Ballav Bhoi

Abstract Tragedy Inspirational

3  

Samar Ballav Bhoi

Abstract Tragedy Inspirational

ନିଛାଟିଆ ଗଛ ମୁଁ

ନିଛାଟିଆ ଗଛ ମୁଁ

1 min
205

କାହିଁ କେତେ କାଳରୁ

ମୁଁ ଏମିତି ନିଛାଟିଆ ସ୍ଥାନରେ

ମୋ ଶରୀର କୁ ସିଧାସଳଖ 

ଛିଡ଼ା କରି ରଖିଛି

ମୋ ପାଖରେ ଥିବା ଅନେକ 

ସାଙ୍ଗ ସାଥି ସବୁ ଚାଲି ଗଲେଣି

ବରଷା ଆସେ 

ବସନ୍ତ ଆସେ

ଗ୍ରୀଷ୍ମପ୍ରବାହ ବି ବହେ ଏହି

ନିଛାଟିଆ ଜାଗାରେ ଆସେ 

ଶୀତ ଶରତ ହେମନ୍ତ 

ସମସ୍ତେ ଆସନ୍ତି 

ମୋ ଶରୀରକୁ ଛୁଇଁ ଛୁଇଁ 

ନାନା ବାୟା ଗୀତ ଗାଇ 

ଚାଲି ଯାଆନ୍ତି ଏ ଧରାରୁ

ଅନେକ ଝଡ ତୋଫାନ ବାତ୍ୟା

ମୋ ଶରୀରକୁ ଦୋହଲାଇ ଦେଇଛି

ତଥାପି ମୁଁ ବଞ୍ଚିଛି 

ପଥିକମାନଙ୍କର ସେବା ପାଇଁ

ପଶୁ ପକ୍ଷୀ ଙ୍କୁ ସୁରକ୍ଷା ପାଇଁ

ମଣିଷର ଜୀବନ ଶୈଳୀରେ

ଅଙ୍ଗାରକାମ୍ଳ କୁ ନେଇ

ଅମ୍ଳଜାନ ଦେବାକୁ

ଏମିତି ଅନେକ ସମୟ ପରେ ସମୟ 

ଅତିକ୍ରମ କରି ଗଲାଣି

ଏ ଧରା ପୃଷ୍ଠରେ

ଏକା ଏକା ନିଛାଟିଆ ଏକାନ୍ତରେ

ସତେ ଯେମିତି ମୁଁ ନିର୍ବାସନ ର

ଦଣ୍ଡ ଭୋଗୁଛି

ଏ ମଣିଷ କ'ଣ ବୁଝି ପାରୁଛି ?

ମୋ ମନର କେତେ ଦୁଖ ?

ସେଥିପାଇଁ ମୁଁ ସବୁବେଳେ

ସଜାଗ ଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract