STORYMIRROR

Ambuja Mohanty

Abstract

3  

Ambuja Mohanty

Abstract

ନିବେଦନ

ନିବେଦନ

1 min
195

କଙ୍କାଳ ଗଦାରେ ଛିଡା ହୋଇ

ଆଜି ଅଟ୍ଟହାସ୍ୟ କରୁଛି ମୁଁ।

ମୋର ପ୍ରିୟଜନ ମାନଂକ ଅନ୍ତ

ଦେଖି ହୃଦୟ ବିଳାପି ଉଠେ

କିନ୍ତୁ ନିରୁପାୟ!!

ଚିତ୍କାର କରିଉଠେ ଆତ୍ମା ମୋର

ଧାଇଁ ଯାଇଁ ପାରେନା

ଜାବୁଡି ଧରି ତାଙ୍କୁ ବାହୁରେ

ସାନ୍ତ୍ଵନା ଦେଇ ହୁଏନା ।।

ହାଏ ରେ ସମୟ,

କେତେ ଆଉ ଦେଖେଇବ

କରାଳ ରୂପ ଏ ପ୍ରକୃତିର

ଯୋଡ ହସ୍ତେ କରୁଛି ମୁଁ

ବିନମ୍ର ବିନତି ,

ହୃଦୟ ଡାକୁଛି ତ୍ରାହି ତ୍ରାହି

କ୍ଷମା କର ବିଶ୍ୱକୁ।

କ୍ଷମା କରିଦିଅ ପ୍ରାରବ୍ଧରେ ହୋଇଥିବା

ଆମର ଏହି ପାପକୁ।

ସଜାଡି ଦିଅ ଏ ସୃଷ୍ଟି

କରିବୁନି ଭୁଲ୍ ଆମେ

ଆଉ ବାରମ୍ବାର

କରୁଛି ଶପଥପାଠ ବୁଜି ମୁଷ୍ଠି

କରିବୁ ନିଶ୍ଚିତ ବୃକ୍ଷ ରୋପଣ

ପ୍ଲାଷ୍ଟିକ ହୋଇବ ସଂପୂର୍ଣ୍ଣ ନିଧନ

ହେ ଈଶ୍ୱର, ସମ୍ଭାଳି ନିଅ ଆମକୁ

ଆମେ ତୁମର ଅମୃତ ସନ୍ତାନ

ତୁମ ସୃଷ୍ଟିର ସର୍ବଶ୍ରେଷ୍ଠ ଜୀବ

ଦିଅ ଖାଲି ଗୋଟିଏ ମଉକା

କରିବୁ ନିଶ୍ଚେ ନିଜକୁ ପ୍ରମାଣ ।।

ହେ ମାନବ ଜାତି ,

ଦେଖ ତାଣ୍ଡବ ଏହି ମହାମାରୀର

ସୁଧୁରି ଯାଇ କର ଶପଥ

ତେବେ ଆସିବେ ନେଇ ଅବତାର ହରି

କରିବେ ସଂହାର ମହାମାରୀ

ସମ୍ଭାଳି ନେବେ ସୃଷ୍ଟିକୁ

କୋଳେଇ ନେବେ ଆମକୁ

ଉଦ୍ଧାର ହୋଇଯିବ ବିଶ୍ଵ

କେହି ଆଉ ହେବେନାହିଁ ନିଃଶ୍ଵ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract