STORYMIRROR

Kanaka barddhan Sahu

Romance

2  

Kanaka barddhan Sahu

Romance

ନିବେଦନ

ନିବେଦନ

1 min
14.6K


ପ୍ରଚଣ୍ଡ ଗ୍ରୀଷମ ଦିଶୁନାହିଁ ତୋତେ

କୋମଳ ହୃଦ ପ୍ରିୟାର,

କେତେ ଶ୍ବେଦ ବହି ଗଲାଣି ତା ଦେହୁ

ମଳିନ ଦିଶିବ ଶରୀର ।।

ଆହେ ପଦ୍ମବନ୍ଧୁ ତୁମ ବିନା ସତେ

ପଙ୍କଜିନୀ ନୁହେଁ ଖୁସୀ,

ସେହି ରାଣ ଦେଲି ପ୍ରିୟା ପାଇଁ ଦିଅ

ଅସହ୍ୟ କିରଣ ତେଜି ।।

କେଉଁଠି ରହିଲୁ ବରଷା ରାଣୀ ଲୋ

ଦିନେ ତୋର ଦେଖା ନାହିଁ,

ଭାବିଥିଲି ତୋତେ ପ୍ରେମବନ୍ଧୁ ବୋଲି

ଶତ୍ରୁ ହେଉ କାହିଁ ପାଇଁ ।।

ତୋ ଝରି ବର୍ଷାରେ ଭିଜିବାର ପାଇଁ

ମୋ ପ୍ରିୟା କରିଛି ମନ,

ଚଞ୍ଚଳେ ଶ୍ରାବଣ ଚାଲିଆସ ଥରେ

ଦେଉଛି ମୋହର ରାଣ ।।

ହାଡ଼ ଭାଙ୍ଗି ଚୁନା ହୁଏ ଯା କାକରେ

ସେ ଶୀତ ଆସନା ଧରାକୁ,

ତୁ ଆସିଲେ ପ୍ରିୟା କମ୍ପେ ଖରତରେ

କିପରି ସହିବି ତାକୁ ।।

କମଳ ଆଜିତ ଈର୍ଷା କରେ ଦେଖି

ପ୍ରିୟା ମୋ ଗୋଲାପ କଲି,

ତେଣୁ ବୋଧେ ମାଘ ବିହୁଛି ଏ ଦଣ୍ଡ

ପଙ୍କଜିନି ସଙ୍ଗେ ମିଳି ।।

ଦିଶୁନାହିଁ କିବା ଆହେ ଋତୁରାଜ

ମୋ ପ୍ରିୟା ହୃଦ ବେଦନା,

ମଳୟ ସାଙ୍ଗରେ କୁହୁ କୁହୁ ତାନ

କରିଦେଲ କିମ୍ପା ମନା ।।

ପ୍ରେମର ବାନ୍ଧବ କି ରୂପ ଧରିଛ

ରାଜା ପରା ହେ ବସନ୍ତ,

ପ୍ରେମୀ ଯୁଗଳଙ୍କ ହୃଦୟ ବେଦନା

କରିବ ନାହିଁ କି ଅନ୍ତ ।।

ବିଶ୍ୱ ବନ୍ଧୁ ଋତୁ ନ ହେବ ଦାରୁଣ

ହୃଦ ଦୁଃଖ ବୁଝୁଥିବ,

ଅଭିମାନିନୀ ସେ ମୋ ପ୍ରିୟା ପାଇଁ କି

ଥରେ ଅନୁକୂଳ ହେବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance