ନିଆରା ଏ ପ୍ରେମ
ନିଆରା ଏ ପ୍ରେମ
ସନ୍ଧ୍ୟା ଆସେ
ପ୍ରେମିକା ବେଶରେ
ଶୀତ ତା ପ୍ରେମିକ
ଜଡେଇ ଦିଏ ତାକୁ
ବାହୁ ବନ୍ଧନରେ
ସନ୍ଧ୍ୟା ତାର ଉଷ୍ଣ ପରଶରେ
ନିଶ୍ଚିନ୍ତରେ ନିଦ୍ରା ଯାଏ
ରାତ୍ରୀର କୋଳରେ ।
ରାତ୍ରି ପୁଣି ସକାଳରେ ହାତଧରେ
ବାଳ ସୂର୍ଯ୍ୟର ସୁନେଲି କିରଣ
ତା ଦେହରେ ଭରିଦିଏ
ଭିନ୍ନ ଶିହଁରଣ ।
ହେଲେ ସନ୍ଧ୍ୟାକୁ ସେ
ପାରେନାହିଁ ଭୁଲି
କାହିଁକି ନା ସେ ପୁଣି
ମିଳନର ମଧୁର
ଝଙ୍କାର ତୋଳିବ ଶୀତ ସହ।
ନିଆରା ଏ ପ୍ରେମ
ପୁଣି ପ୍ରେମିକ ପ୍ରବର
ପ୍ରେମିକାର ଆବେଗର ସ୍ବର

