STORYMIRROR

ବିଜୟ କୁମାର ନାୟକ

Tragedy

3  

ବିଜୟ କୁମାର ନାୟକ

Tragedy

ନେଇଯାଅ ତୁମ ସାଥେ

ନେଇଯାଅ ତୁମ ସାଥେ

1 min
128

ଦେଖୁଥିବ ତୁମେ କେତେ ଖୁସି ଜମେ

ଗଲ ଯେ ବିଦାୟ ନେଇ

ଭଲରେ ରହିଛ ଏ ସବୁ ନଶୁଣି

କାନ୍ଦନ୍ତ ଛାତି ବାଡ଼େଇ । ୧

ଚାହୁଁ ଚାହୁଁ ଗଲା ତିରିଶି ବସନ୍ତ 

ଭାଗ୍ୟରେ ଖାଲି ଶ୍ରାବଣ

ହୀନିମାନ ହୋଇ ତଥାପି ଅପେକ୍ଷା

ସୁଧୁରି ହେବ ଫଗୁଣ । ୨

ଛୋଟ ତାରା ତୁମ ସୁରୁଜ ପାଲଟି

ପାଳୁଛି ସେ ପରିବାର

କେମିତି କହିବି ମୋର ହୋଇ ନାହିଁ

କରୁଛି ସେ ହତାଦର । ୩

ଭାରିଜା ପୁଅଙ୍କୁ ଅଣ ଦେଖାକରୁ

ଦେଖିବି କି ବସି ମଜା

ଚିନ୍ତା କରିଦେଖ ତୁମେ ଥିଲା ବେଳେ

ଆସିନି କି ଝଡଝଞ୍ଜା । ୪

ସବୁ ବିପଦରୁ ଉଦ୍ଧାରିଲି ତାକୁ

ଘୋଡ଼ାଇ ପଣତକାନି

ବାଧ୍ୟ ବଇଧବେ ଯାତନା,ଯନ୍ତ୍ରଣା

ଜଣାଇ ତାକୁ ଦେଇନି । ୫

ଶଶୁର ଘରଟା ଅତି ତା ନିଜର

ସତେକି ଛାତି କଲିଜା

ମାଆ ଆଖି ଲୁହ ନ ଦିଶଇ ଆଉ

ପାଇଛି ଯୋଗା ଭାରିଜା । ୬

କଇଲାଣ କରେ ତଥାପି ମୁଁ ତାଙ୍କୁ

ଯୁଗ ଯୁଗ ବଞ୍ଚି ରୁହ

ତୁମ ଆରପାରେ ମୁଁ ଏ ପାରିରେ

କେମିତି ଯିବି ମୁଁ କୁହ।

ମୋତେ ଟିକେ ନେଇ ଯାଅ । ୭


Rate this content
Log in

Similar oriya poem from Tragedy