STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ନବଜାତ ଶିଶୁର କ୍ରନ୍ଦନ

ନବଜାତ ଶିଶୁର କ୍ରନ୍ଦନ

1 min
143


ମୁଁ ବିଭୋର ଓ ଆମୋଦିତ ହୁଏ

ନବଜାତ ଶିଶୁର ପ୍ରଥମ କ୍ରନ୍ଦନରେ

ବିଭୋର ହୁଏ ଏଇଥି ପାଇଁ ଯେ

ତାର କାନ୍ଦିବାର କାରଣ ତ ଥିବ ନିଶ୍ଚୟ

ମୋ ବୁଝିବାରେ ଶିଶୁଟି ମାତୃ ଗର୍ଭରେ ଥିବା ବେଳେ ପ୍ରଭୁଙ୍କୁ ପ୍ରଣିପାତ କରି ମୁକ୍ତି ପାଇଁ

ଅନୁରୋଧ କରିଥିବ, ଏହା ନିରାଟ ସତ୍ୟ

ଇଶ୍ଵର କିଛି ସର୍ତ୍ତ ରଖିଥିବେ ତା ପାଇଁ

ସର୍ତ୍ତ ବୋଧ ହୁଏ ହୋଇଥାଇ ପାରେ

ସଂସାରର ମାୟା ବନ୍ଧନ ଛିଣ୍ଡାଇ

ସତ ପଥେ ଚାଲିବାକୁ ପଡିବ

କାଳେ ନିଜ ଚେଷ୍ଟାରେ ସେ ସଫଳ

ହେବକି ନାହିଁ, ସେଥିପାଇଁ ସେ କାନ୍ଦେ

କିନ୍ତୁ ତାର ପିତା ମାତା ସାଇ ପଡୋଶୀ

ଶିଶୁର ପହିଲି କ୍ରନ୍ଦନରେ ହସନ୍ତି ଯେ

ନବାଗତ ଏକ କୁଣିଆ ସକାଶେ

ଧୀରେ ଧୀରେ ଶିଶୁଟି ବଢେ, ବାଲ୍ୟ

କିଶୋର, ଯୌବନ ପ୍ରାପ୍ତି ପରେ

ବାର୍ଦ୍ଧକ୍ୟ ଆଡ଼କୁ ଅଗ୍ରସର ହୁଏ

ଅନ୍ତିମ ପର୍ଯ୍ୟାୟରେ ମୃତ୍ୟୁର ଶିକାର ହୁଏ

ଜୀବନ ଦୀପ ଲିଭିଯାଏ, ସେତେବେଳେ

ସମସ୍ତେ କାନ୍ଦନ୍ତି, କିନ୍ତୁ ସେ ହସେ

ମୁକ୍ତି ପାଇଯାଏ, ବିଚିତ୍ର ଏ କଥା

ସେଥିପାଇଁ ମୁଁ ନବଜାତ ଶିଶୁର କ୍ରନ୍ଦନରେ

ବିଭୋର ଓ ଆମୋଦିତ ହୁଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics