Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Kar

Abstract Classics Others

3  

Sunita Kar

Abstract Classics Others

ନବବର୍ଷ-ଏକ ମହୋତ୍ସବ

ନବବର୍ଷ-ଏକ ମହୋତ୍ସବ

1 min
174



ପେଣ୍ଡୁଲମ୍ ର ଠନ୍ ଠନ୍ ଆରବ  

ଅର୍ଦ୍ଧରାତ୍ରିର ଆଭାସ

ରାସ୍ତାରେ ରୋଶଣୀ,

ବାଜିଙ୍କର ଗହଳି 

କେହି ନୂତନ ଆଗନ୍ତୁକ ଅବା !

ହଁ, ନବବର୍ଷ ତାର ନାଁ ।

ଅବୋଧ ଶିଶୁ , ପଚାରେ ମାଆକୁ 

କି’ବା ଏ ଆଜନ୍ମ ନୂତନ ?


ନା ରେ ପୁତ !

ଯେହ୍ନେ ତୋ’ ନୂଆ ପରିଧାନ,

ପୁଲକିତ ହେଉ ତୁ କ୍ଷଣିକ 

ସଭିଏଁ ସେଭଳି ମତୁଆଲା ସମୟ ଢେଉରେ ।

କାଳ ମହାଜଳ 

ଜୀର୍ଣ୍ଣବାସ ପ୍ରାୟ 

ଦିନେ ଭସାଇଣ ନେବ,

ହେବ ଏ ବିଲୀନ ।


ବୋଲାଇବେ ସର୍ବେ ଏହାକୁ ଅତୀତ 

ସ୍ବାଗତିବେ ପୁଣି ଆଉ ଏକ ବରଷ,

ଯିବା ଆସିବା ତ ନିୟତି ର ନୀତି 

ଆସିବ ନୂତନ, ଯିବ ପୁରାତନ ।

ନବ୍ଯ ର ଆଗମନେ ହୁଅ ତୁ ବିଭୋର 

ସାଉଁଟିନେ ଯେତେପାର ମୂହୁର୍ତ୍ତ ଖୁସିର,

ଏତ ଏକ ମହୋତ୍ସବ 

ଆଶାଭଉଁରୀ ରେ ଜିଇଁବାର ଆଧାର ।

     

    


Rate this content
Log in

Similar oriya poem from Abstract