ନାରିଟିଏ ମୁଁ ନାରୀଟିଏ
ନାରିଟିଏ ମୁଁ ନାରୀଟିଏ
ନାରୀଟିଏ ମୁଁ ନାରୀଟିଏ
ଅନେକ ଚରିତ୍ର
ମୋ ଜୀବନରେ
କେବେ ଝିଅ
କେବେ ଭଗ୍ନି
କେବେ ପ୍ରେମିକା
ପୁଣି କେବେ ବହୁ
ଆଉ ପୁଣି କେବେ ପତ୍ନିଟିଏ
ନାରୀଟିଏ ମୁଁ ନାରୀଟିଏ
ମଧୂମାଳତୀର ଲତାଟିଏ
କୋମଳ ହୃଦୟ
ଧର୍ଯ୍ଯରେ ମୋ ପୂର୍ଣ୍ଣ
ସହନଶୀଳତାର
ମୂର୍ତ୍ତିମନ୍ତ ପ୍ରତୀକଟିଏ
ନାରୀଟିଏ ମୁଁ ନାରୀଟିଏ
ଜୀବନ ମୋ ସାର୍ଥକ ହୁଏ
ହୁଏ ଯେବେ ମୁଁ ଅନ୍ତଃସତ୍ତ୍ୱା
ମୋ ଭିତରେ ମୁଁ ଅଛିବୋଲି
ଜାଣେ ଯେବେ ଏ ସଂସାର
ଅତି ନିର୍ଦ୍ଦୟ ଓ ନିର୍ମମଭାବେ
କରିଦିଏ ମତେ ହତ୍ଯା
ନାରୀଟିଏ ମୁଁ ନାରୀଟିଏ
ବାଛି ବାଛି ମୁଁ ଜନ୍ମଦିଏ
କେବଳ ପୁତ୍ର ସନ୍ତାନ
ଅତିଯତ୍ନରେ ବଢାଇବାକୁ ତାକୁ
ଦେଖୁଥାଏ ନିତି ସ୍ୱପ୍ନ
ପେଟ ଭିତରେ ସେ
ମାରିଲେ ଗୋଇଠା
ଆନନ୍ଦରେ ପୁରେ ମନଟା
ଅନ୍ତଫାଡି ତାକୁ
ଜନ୍ମ ଦେବାପାଇଁ
ସହିବାକୁ ହୁଏ ମତେ କେତେ କଷ୍ଟ
ଥରେ ଖାଲି ଶୁଣି
କୁଆଁ କାନ୍ଦ ତାର
ତନୁମନ ହୁଏ ପୁଲକିତ
ପ୍ରଥମେ ଯେବେ ସେ
ଡାକେ ମତେ ମାଆ
ମିଳେ ମତେ ସ୍ୱର୍ଗ ସୁଖ
ଦୁଃଖ କଷ୍ଟ ସହି
ବଢାଏ ତାକୁ ମୁଁ
ସେ ଅଟେ ପରା ମୋ କୁଳ ପ୍ରଦୀପ
ନାରୀଟିଏ ମୁଁ ନାରୀଟିଏ
ସେଇ ପୁଅ ପଣି
ବଡ ହେଲା ପରେ
ମାରେ ଯେବେ ମତେ ଗୋଇଠା
ଭିଜୁଥାଏ ଆଖି
ଲୁହରେ କେବଳ
ମୋ ଚିରା ଲୁଗା କାନିଟା
ନାରୀଟିଏ ମୁଁ ନାରୀଟିଏ
ହସିହସି ମୁଁ ସବୁ ସହେ
ତଥାବି କେବଳ
ହୃଦୟରୁ ମୋର
କରୁଣାର ଧାରା ବହେ
ନାରୀଟିଏ ମୁଁ ନାରୀଟିଏ
