STORYMIRROR

Priyaranjan Biswal

Abstract

2  

Priyaranjan Biswal

Abstract

ନାରିଟିଏ ମୁଁ ନାରୀଟିଏ

ନାରିଟିଏ ମୁଁ ନାରୀଟିଏ

1 min
133

ନାରୀଟିଏ ମୁଁ ନାରୀଟିଏ

ଅନେକ ଚରିତ୍ର

ମୋ ଜୀବନରେ

କେବେ ଝିଅ

କେବେ ଭଗ୍ନି

କେବେ ପ୍ରେମିକା

ପୁଣି କେବେ ବହୁ

ଆଉ ପୁଣି କେବେ ପତ୍ନିଟିଏ


ନାରୀଟିଏ ମୁଁ ନାରୀଟିଏ

ମଧୂମାଳତୀର ଲତାଟିଏ

କୋମଳ ହୃଦୟ

ଧର୍ଯ୍ଯରେ ମୋ ପୂର୍ଣ୍ଣ

ସହନଶୀଳତାର

ମୂର୍ତ୍ତିମନ୍ତ ପ୍ରତୀକଟିଏ


ନାରୀଟିଏ ମୁଁ ନାରୀଟିଏ

ଜୀବନ ମୋ ସାର୍ଥକ ହୁଏ

ହୁଏ ଯେବେ ମୁଁ ଅନ୍ତଃସତ୍ତ୍ୱା

ମୋ ଭିତରେ ମୁଁ ଅଛିବୋଲି

ଜାଣେ ଯେବେ ଏ ସଂସାର

ଅତି ନିର୍ଦ୍ଦୟ ଓ ନିର୍ମମଭାବେ

କରିଦିଏ ମତେ ହତ୍ଯା


ନାରୀଟିଏ ମୁଁ ନାରୀଟିଏ

ବାଛି ବାଛି ମୁଁ ଜନ୍ମଦିଏ

କେବଳ ପୁତ୍ର ସନ୍ତାନ

ଅତିଯତ୍ନରେ ବଢାଇବାକୁ ତାକୁ

ଦେଖୁଥାଏ ନିତି ସ୍ୱପ୍ନ

ପେଟ ଭିତରେ ସେ

ମାରିଲେ ଗୋଇଠା

ଆନନ୍ଦରେ ପୁରେ ମନଟା

ଅନ୍ତଫାଡି ତାକୁ

ଜନ୍ମ ଦେବାପାଇଁ

ସହିବାକୁ ହୁଏ ମତେ କେତେ କଷ୍ଟ

ଥରେ ଖାଲି ଶୁଣି

କୁଆଁ କାନ୍ଦ ତାର

ତନୁମନ ହୁଏ ପୁଲକିତ

ପ୍ରଥମେ ଯେବେ ସେ 

ଡାକେ ମତେ ମାଆ

ମିଳେ ମତେ ସ୍ୱର୍ଗ ସୁଖ

ଦୁଃଖ କଷ୍ଟ ସହି

ବଢାଏ ତାକୁ ମୁଁ

ସେ ଅଟେ ପରା ମୋ କୁଳ ପ୍ରଦୀପ


ନାରୀଟିଏ ମୁଁ ନାରୀଟିଏ

ସେଇ ପୁଅ ପଣି

ବଡ ହେଲା ପରେ

ମାରେ ଯେବେ ମତେ ଗୋଇଠା

ଭିଜୁଥାଏ ଆଖି

ଲୁହରେ କେବଳ

ମୋ ଚିରା ଲୁଗା କାନିଟା


ନାରୀଟିଏ ମୁଁ ନାରୀଟିଏ

ହସିହସି ମୁଁ ସବୁ ସହେ

ତଥାବି କେବଳ

ହୃଦୟରୁ ମୋର

କରୁଣାର ଧାରା ବହେ

ନାରୀଟିଏ ମୁଁ ନାରୀଟିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract