STORYMIRROR

Sanjukta Padhi

Abstract Tragedy Inspirational

3  

Sanjukta Padhi

Abstract Tragedy Inspirational

ନାରୀ

ନାରୀ

1 min
245


ଅମାବାସ୍ୟା ର ଅନ୍ଧାର ଚିରି

 ଜାତ ହୁଏ ପରୀ

ଏନ୍ତୁଡ଼ିଶାଳ ରୁ ଶୁଣେ

ଆହା ଝିଅଟିଏ ବିଚାରୀ

ଜେଜୀମାଆର ଦୁଃଖ

ଏ ନୁହେଁ କୂଳ ଵର୍ଦ୍ଧକ

ଆଉ କୁହେ ଛି

ମୋ ଝିଅର ଦୁର୍ଭାଗ୍ୟ

ତଥାପି ଗର୍ଭ ବିଦାରି

କଷ୍ଟ କୁ ଚାପିଧରି

ମାଁ କହେ ଏଇତ

ମୋ ସୁନା ନାକି ପରୀ

ବଡ଼ ହେଲେ ହେବ ନିଶ୍ଚେ

ଠିକ୍ ମୋରି ଭଳି

ସୁଖ ଦୁଃଖ ର ଚଳାଇ ସଂସାର

ଦୁଇ କୂଳକୁ କରିବ ଆଦର

ଅସୀମ ଧୈର୍ଯ୍ୟ କରୁଣା

ପରକୁ କରିବ ଆପଣାର

ଜଗତଜୀତା ପରା ଅଟ ଇ

ହେବ ମହନୀୟ ନାରୀ ସେଇ ।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract