ନାରୀ
ନାରୀ


ନାରୀ ଦିନେ ପରା ଦୁହିତା ରୂପରେ
ରହିଥାଏ ବାପ ଘରେ
ବାପା ମାଆଙ୍କର ଗେହ୍ଲୀ ଝିଅ ହୋଇ
ଦିନ ରାତି ସେବା କରେ ।
ଭଉଣୀ ଭୂମିକା କରେ ପୁଣି ନାରୀ
ଭାଇ ହାତେ ବାନ୍ଧି ରାକ୍ଷୀ
ସକାଳେ ସଞ୍ଜରେ ମନାସେ ଦିଅଁକୁ
ଭାଇ ରହୁ ସଦା ସୁଖୀ ।
ନାରୀ ପୁଣି ଜାୟା ହୋଇ ସ୍ୱାମୀ ସାଥେ
କରଇ ଘର ସଂସାର
ମାଆ ହୋଇ ନିଜ ପିଲାଙ୍କୁ ବଢ଼ାଏ
ଦେଇ ତା' ବକ୍ଷରୁ କ୍ଷୀର ।
ସୁନା ବୋହୂ ହୋଇ ଶାଶୁ ଶ୍ଵଶୁରଙ୍କ
କରେ ନିଷ୍ଠାପର ସେବା
ଘରଣୀ ହୋଇ ସେ ଦିଏ ରାନ୍ଧି ଖାଦ୍ୟ
ଲାଗେ ଭାରି ସୁଆଦିଆ ।
ଶିକ୍ଷୟିତ୍ରୀ ହୋଇ ନାରୀ ଯେ ଦେଶର
ପିଲାଙ୍କୁ କରେ ଶିକ୍ଷିତ
ନାରୀ ପୁଣି ନେତ୍ରୀ ହୋଇ ସେ ସମଗ୍ର
ଦେଶର ନିଏ ନେତୃତ୍ଵ ।
ଏକଦା ହିଁ ନାରୀ ଦୁର୍ଗା ବେଶ ଧରି
ମହୀରୁ ପାପୀ ସଂହାରି
ପାଉଛନ୍ତି ପୂଜା ପାଉଥିବେ ମଧ୍ୟ
ବିଶ୍ଵେ ଯୁଗ ଯୁଗ ଧରି ।
ନାରୀ ହିଁ ସମ୍ମାନ ପାଉଥିବା ସ୍ଥାନେ
ଦେବତା ହୁଅନ୍ତି ବଶ
ନାରୀଙ୍କୁ କଷଣ ନଦେଇ ତାଙ୍କରି
ଓଠେ ଦିଅ ଚିର ହସ ।