ନାରୀ ତୁହି ବନ୍ଦନୀୟା
ନାରୀ ତୁହି ବନ୍ଦନୀୟା
ନାରୀଟିଏ ସେତ ଗର୍ଭ ଧାରିଣୀ
ଅଟେ ସେ ମମତାମୟୀ
ଜଞ୍ଜାଳରେ ସଢି ବିପଦରେ ପଡି
ଦିଅଇ ସ୍ନେହ ଅଜାଡି ।
ନାରୀଟିଏ ସେତ ହୃଦୟେ ଭରା ତା
ପ୍ରେମର ପବିତ୍ର ଧାରା
ଶକ୍ତିମୟୀ ସିଏ ପ୍ରିତୀ ମୟୀ ସିଏ
ସେ ଅଟେ ତ୍ୟାଗର ଧାରା ।
ଜାୟା ହୋଇ ସିଏ ପ୍ରେରଣା ଦାୟିନୀ
ଜନନୀ ଜୀବନ ଗଢେ
କୁଡିଆ ଘରକୁ ବୈକୁଣ୍ଠ ବନାଏ
ଚିତ୍ତ ବିନୋଦିନୀ ସିଏ ।
ନାରୀଟିଏ ସେତ ଗର୍ଭେ ସ୍ଥାନ ଦିଏ
ଇଶ୍ଵରଙ୍କ ଶ୍ରେଷ୍ଠ ସୃଷ୍ଟି
ଚିନ୍ତା ଚେତନାରେ ରୁଦ୍ଧିମନ୍ତ ସିଏ
ଦିଏ ସଂସ୍କାରର ଦୃଷ୍ଟି ।
ଜୀବନ ଆରମ୍ଭେ ଶିକ୍ଷାଦାତ୍ରୀ ସିଏ
ସଂସ୍କାରର ସୂତ୍ରଧର
ତା ଚିନ୍ତା ଚେତନା ତ୍ୟାଗ ମନ୍ତ୍ରେ ଭରା
ସେ ଅଟେ ଚିର ସ୍ଵତନ୍ତ୍ର ।
ତା ବୁକୁର ସେଇ ଅମୃତ ଧାରାରେ
ଜୀବ ହୁଏ ପରିପୁଷ୍ଟ
ତାହାରି ପ୍ରେମର ପବିତ୍ର ପରଶେ
ଦିଶା ପାଏ ଏ ମଣିଷ ।
ବେଦମୟ ଆମ ଜୀବନସ୍ରୋତରେ
ନାରୀ ସର୍ବାଗେ ପୂଜିତ
ରାଜନୀତି ଠାରୁ ଧର୍ମନୀତି ଯାଏ
ସବୁଠି ତାର ମହତ୍ତ୍ୱ ।
ସେବାରେ ନିପୁଣା ତ୍ୟାଗେ ମହାଯଶା
ସେ ଯେ ସଂସ୍କାରର ସେତୁ
ନାରୀ ପ।ଇଁ ମର୍ତ୍ତ୍ୟ ସ୍ଵର୍ଗ ପାଲଟଇ
ସେ ଅଟେ ସମାଜ ହେତୁ ।
ନାରୀ ସ୍ଵୟଂସିଦ୍ଧା ସେ ସ୍ୱୟଂ ସଂପୂର୍ଣ୍ଣା
ସିଏ ଅଟେ ମହନୀୟା
ତା ମହନୀୟତା ମାପି ଯେ ହୁଏ ନା
ସିଏ ଅଟେ ବନ୍ଦନୀୟ। ।
ଦୟା, କ୍ଷମା ଗୁଣେ ବିଭୂଷିତା ସିଏ
ମମତା ସିକ୍ତ ତା ହୃଦ
ଆବଶ୍ୟକ ସ୍ଥଳେ ସଂହାର ଶକ୍ତିକୁ
କରିଥାଏ ଉପଯୋଗ ।
ମାର୍ଗଦର୍ଶୀନୀ ସେ ପ୍ରେରଣାଦାୟିନୀ
ସଭିଙ୍କୁ ପ୍ରେରିତ କରେ
ସର୍ଵସଂହା ସିଏ ପ୍ରିତୀ ଗଙ୍ଗା ଟିଏ
ଶୀତଳତା ଭରିଦିଏ ।
ନାରୀ ଟିର ଅରୀ ରୁହେ ନାହିଁ କେବେ
ସେ ଅଟେ ଚିର ବନ୍ଦିତା
ନାରୀ ଟିଏ ସେତ ଆବାହନ କରେ
ଜୀବନେ ଶାନ୍ତିର ବାର୍ତ୍ତା ।
ହେ ନାରୀ ତୁମେ ଅଟ ବନ୍ଦନୀୟା
ଅଟ ଜୀବନ ଆଧାର
ହେ ନାରୀ ତୁମେ ଅଭିନନ୍ଦନୀୟ
ତୁମେ ଯେ ଶାନ୍ତିର ନୀଡ ।
