Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ନାରୀ, ତୁ ଲକ୍ଷ୍ମୀ ଦୁର୍ଗା ସରସ୍ଵତ

ନାରୀ, ତୁ ଲକ୍ଷ୍ମୀ ଦୁର୍ଗା ସରସ୍ଵତ

1 min
292



ଉଚ୍ଚ..ନୀଚ, ଧନୀ..ଦରିଦ୍ର, ଜାତିଆଣ, ଅସ୍ପୃଶତl, 

ଜାତିଭେଦ କୁସଂସ୍କାର ପରି

ଆଜି ବି ସମାଜରେ ପୁତ୍ର ସନ୍ତାନ ପ୍ରାପ୍ତି ନିମନ୍ତେ 

ପ୍ରବଳ ଉତ୍କଣ୍ଠା ରହିଅଛି ଭରି ।


ସମାଜରେ କିଛିଠାରେ କନ୍ୟାରତ୍ନ ମାନି ନାରୀ 

ସମ୍ମାନିତ, ପୂଜିତ ଆଉ ହୁଏ ପାଳିତ

ସମାଜରେ କିଛି ଲୋକ ଏବେ ବି କନ୍ୟା ଭୃଣ 

ହତ୍ୟା କରି ସମାଜକୁ କରନ୍ତି କଳଙ୍କିତ ।


କନ୍ୟା ସନ୍ତାନଟିଏ ଘରେ ଜନ୍ମ ହୋଇଲେ ହୁଏନା 

ପରା ବଣ୍ଟା ମିଠା, ରସଗୋଲା

ଲକ୍ଷ୍ମୀର ଅବତାର ବୋଲି ତମେ ଭାବ ଯଦି, ଏଠି 

ସେ କିପରି କୁହ ଅଭାଗା ହେଲା ।


ଯୌତୁକତାର କୁତ୍ସିତ ମାନସିକତା ସୃଷ୍ଟି କରି ତୁମ 

ମନ ସଦା ଆନ୍ଦୋଳିତ ଓ ଭାରାକ୍ରାନ୍ତ

ନବୁଝ କାହିଁକି କନ୍ୟା ରତ୍ନ ବି ଜିଣି ପାରେ ପୁତ୍ର 

ପରି ବିଦ୍ୟା ବୁଦ୍ଧି ବଳେ ଏ ଜଗତ ।


କୁହତ ଏ କଣ କୁତ୍ସିତ ମାନସିକତା ନୁହେଁ କି?


ଜାଗ ହେ ସର୍ବଜନ ସାଧାରଣ କାହିଁ କରୁଛ ନାରୀ 

ପ୍ରତି ଏଇ ଘୋର ଅପମାନ

ସେ ତ ସୁନ୍ଦର ସୃଷ୍ଟିର ସୃଜନ ନିରୀହ ସରଳ କେବେ 

ତ ବ୍ୟର୍ଥ ନୁହେଁ ତାହାରି ଜୀବନ ।


ନାରୀ ନର୍କ କୁ ବି କରିପାରେ ଅମରାବତୀ, ସେ ତ 

ହସିଲେ ଦୁନିଆ ହସିବ, ହେବ ସୁଖର ସଂସାର

ହେ ପାପିଷ୍ଠ ଲକ୍ଷ୍ମୀ, ଦୁର୍ଗା, ସରସ୍ଵତୀର ଅବତାର, 

ଆଉ କନ୍ୟା ଭୃଣ ହତ୍ୟା ନ କର ।


ସେ ନୁହେଁ କେବଳ ଖବର କାଗଜର ଅବା ଶାଢ଼ୀ 

ଦୋକାନର ବିଜ୍ଞାପନଟିଏ

ସେ ଜାୟା, ଜନନୀ, ଭଗିନୀ, ଦୁହିତା ଓ ଦୁଇ କୁଳ

କୁ ହିତା, ଏକାନ୍ତ କୋଣେ ରହିବାକୁ ନୁହେଁ ।


ବିଭତ୍ସ, କୁତ୍ସିତ, ଘୃଣ୍ୟ ଅନ୍ଧବିଶ୍ୱାସ ମାନସିକତା,

ଘୃଣ୍ୟ ସାମାଜିକ ପ୍ରଥା ସମାଜରେ

ହାୟ, ଯାହାକୁ ପାଥେୟ କରି ମଣିଷ କରି ଚାଲେ 

ଗୋଟିଏ ପରେ ଗୋଟିଏ ଭୁଲ ଅଦୂରଦର୍ଶିତାରେ ।


କେତେ ଜୀବନ ହୋଇ ଉଠେ ଏଠ ହାଃ ହାଃ କାର 

ଭରଇ ଶୁନ୍ୟତା କେତେ ହୃଦୟରେ 

କେତେ ଭବିଷ୍ୟତ ହୁଅଇ ଅନ୍ଧାକାର, ଝରିଯାଏ ତ

କେତେ ନିରୀହ ପରାଣ ଅକାଳରେ ।


ଏକ ସୁସ୍ଥ ସମାଜର ଗଠନ ପାଇଁ ଏ ଅନ୍ଧ ବିଶ୍ୱାସ ଓ 

କୁସଂସ୍କାରକୁ ଦେବା ଦୁରେଇ 

ଚଳାଇବା ଶିକ୍ଷା ଅଭିଯାନର ଯାତ୍ରା, ସୃଷ୍ଟି କରିବା ନୂତନ 

ଉତ୍ସାହ ଓ ଉଦ୍ଦୀପନା ମାନସିକତାର ପରିବର୍ତ୍ତନ ପାଇଁ ।


Rate this content
Log in

Similar oriya poem from Abstract