STORYMIRROR

MADHU MITA

Abstract

2  

MADHU MITA

Abstract

ନାରୀ.. ଶାଗ ବିଡ଼ାଏ

ନାରୀ.. ଶାଗ ବିଡ଼ାଏ

1 min
478

ପରିବା କିଣିଲା ବେଳେ ସେ ସ୍ତ୍ରୀ ଲୋକଟି ଧୀରେ ହସିଲା

ମା'.. ଆମେ ନାରୀ ସବୁ ଶାଗ ବିଡା..କହି ମୋତେ ଚାହିଁଲା


ଆଶ୍ଚର୍ଯ୍ୟ ହେଇ ପଚାରିଲି..ଏମିତି କେମିତି କହୁଛୁ କି ରେ

ନାରୀ ଆଉ ଶାଗ ଆଉ ଶୁଣିଲି ଅତି କୌତୁହଳରେ


ଦେଖୁନ.. ଶାଗ ପରି ଛନଛନ ହୋଇ ବାପା ଘରେ ଥାଏ

ଶାଶୁ ଘରକୁ ଯାଇ.. ସେ ଉତ୍ଫୁଲତା ଶୁଖିଲା ପତ୍ର ହେଇ ଯାଏ


ବର୍ଷ ସାରା ଆଦର ନ ଥିଲେ ବି କାର୍ତ୍ତିକ ଆସିଲେ ଯେ ଖୋଜା ହୁଏ

ବ୍ରତ ଓଷା ଆସିଲେ ପୁରୁଷକୁ ନୁହେଁ ମାଇପିକୁ ହିଁ ଡକା ଯାଏ


ବିଦେଶୀ ଖାଇବା ପାଖରେ ଥିଲେ.. ଶାଗକୁ କୁହ ତ କିଏ ପଚାରେ

ବାହାରକୁ ଗଲେ କହିଲ ମା.. ଘରଣୀ କଥା କି କେ ମନ ପକାଏ


କିନ୍ତୁ ଦେଶୀ ପଖାଳ ଆସିଲେ ବିନା ଶାଗରେ ରୁଚେ ନାହି ନା

ଘରେ ପାଦ ଦେଉ ଦେଉ ଘରଣୀକୁ ଆଗ ଖୋଜା ହୁଏ ନା


ଲୁଣ କମିଲେ ରୁଚେନି.. ଅଧିକ ହେଲେ ହୁଏ ଖାର

ଝିଅ ଆଧୁନିକ ହେଲେ ଚଲେନି.. ନ ହେଲେ ଲାଗେ ଅସାର


ଦେଖିଲେ ବହୁ ଆଡମ୍ବର ପରି ଲାଗେ..କାଠିକର ପାଠ ପରି

ଶିଝିଗଲେ ପ୍ରେମରେ ମୁଠେଇ ହୁଏ.. କିଛି ବି ପରିଶ୍ରମ ନକରି


ଯେତେ ଦର ବଢ଼ିଲେ ବି.. ଶାଗ ଦରଟି ସୁଲଭ ଲାଗେ

କିନ୍ତୁ କୁହ ତ କେବେ କିଏ ଏ ଶାଗ ଜୀବନ କଥା କି ଭାବେ


ଯେତେ ଖାଇଲେ ଭିଟାମିନ ଶାଗ ପରି କେ ସମାନ ହୁଏନି

ଘର ସଂସାର କଲେ ବି ନାରୀକୁ କେହି ବଂଶର ନା ତ ଦିଏନି


ଖରା ବର୍ଷ ସହି ଗୁଣ ତ କମେନି..ନକଲି ବି କେବେ ହୁଏନି

ନିଜ ଗୁଣ ସହ ଦମ୍ଭରେ ରହିବା.. ଝିଅ ଶାଗକୁ କେହି ଶିଖାଏନି


ମୋଡ଼ି ଦେଲେ .. ଦଳି ଦେଲେ.. ମାଟି ମା କୋଳେ ମିଶିଯାଏ

ମୁଣ୍ଡ ଟେକି କିନ୍ତୁ କେବେ ନିଜ ଲୋକଙ୍କୁ ପଦେ ନ କୁହେ


ହାତେ ଧରି ଶାଗ ବିଡାଟି.. ମୁଗ୍ଧ ହୋଇ.. ସ୍ତବ୍ଧ ରହିଗଲି

ଉପକାରୀ ନାରୀ ଶାଗ କଥା ଭାବି..ସ୍ମିତ ହସଟି ମୁଁ ହସିଦେଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract