ନାରୀ, ନୁହେଁ ଅବଳା ନିର୍ବଳା
ନାରୀ, ନୁହେଁ ଅବଳା ନିର୍ବଳା
ନଅ ମାସ ମାଆ ଗର୍ଭରେ ରହି ପରା
ପୁରୁଷ ଜାତ ହୋଇଛି
ମାଆ ଛାତିରୁ କ୍ଷୀର ପିଇ ସେଇତ ଏ
ଅମୂଲ୍ୟ ଜୀବନ ପାଇଛି |
ଭଉଣୀ, କେତେ ସ୍ନେହରେ ଯେଉ ପୁରୁଷକୁ
ରକ୍ଷା କରିବ ବୋଲି ରାକ୍ଷୀ ପିନ୍ଧେଇଛି
ଅର୍ଦ୍ଧାଙ୍ଗିନୀ ଭାବେ, ଅଗ୍ନିକୁ ସାକ୍ଷୀ ରଖି ଯିଏ
ମଥାରେ ସିନ୍ଦୂର ଭରିଛି |
କନ୍ୟା, ପୁରୁଷ ଯାହାର କନ୍ୟା ଦାନ କରି
ଅପୂର୍ବ ଆନନ୍ଦ ଲଭିବ
ସେଇ ପୁରୁଷ, ନାରୀ ଜାତିକୁ ନିର୍ବଳା ଭାବି
ଅବହେଳା କିଆଁ କରିବ |
ଏଇ ସବୁ ଦୁର୍ଭାଗ୍ୟ ପ୍ରତିଛବି ଯେବେ ଭାଷେ
ମୋର ମନ ଭିତର
ଦେଖେ ଓକିଲାତିରେ ପ୍ରତିଦିନ ଅଙ୍ଗେ ନିଭାଉ
ଥିବା କାହାଣୀର |
କେତେ ପ୍ରତିଛବି ଭାଷେ ରୂପ ସେ ଛବିରାଣୀ,
ନିହାରିକା ଅବା ନିର୍ଭୟାର
ଅବା ଯୌତୁକ ଜନିତ ସମ୍ପତ୍ତି ଜନିତ ନାରୀ
ଉପରେ ସବୁ ଅତ୍ୟାଚାରର |
ପ୍ରତିକ୍ରିୟାରେ ଭରି ଯାଏ ମୋ' ଅନ୍ତର ଭିତରେ
ଅଜସ୍ର ଘୃଣା ଓ କୋହ
ସମୟ ଚକ୍ରର ସେହି ପିତୃକୈନ୍ଦ୍ରିକ ଘୃଣ୍ୟ ତତ୍ତ୍ୟ
ବିରୁଦ୍ଧେ ଆସେ ବିଦ୍ରୋହ |
ଭୂଲ୍ ବୁଝିବେନି ମତେ କେହି, ପ୍ରକାଶ କରୁଛି
ମୋର ଅନ୍ତରର କଥା
କାହିଁକି କେଜାଣି ଏ' ପିତୃକୈନ୍ଦ୍ରିକ ତତ୍ତ୍ୟ ପାଇଁ
ମନରେ ଭରିଛି ଅଜସ୍ର ରାଗ ଓ ବ୍ୟଥା |
ମନରେ ଆସେ ଲିଭି ଯାଇଛି କି ଆଇନି ଶୃଙ୍ଖଳା
ଆଉ ପିଂଗଳ କୋଡ ର ଦଣ୍ଡ ବିଧାନ
ସତେ କି ନାହିଁ ଭୟ ଗ୍ଲାନି ପ୍ରତି ଅମଣିଷ ମାନଙ୍କ
ରହିଥିବା ଭିତର ଅନ୍ତର ଓ ମନ |
ମୁଁ ସାହିତ୍ୟିକ ପ୍ରତିଭା ରାୟଙ୍କ ଯାଜ୍ଞସେନୀ
ପୁସ୍ତକଟି ପଢିଛି
କଦର୍ଯ୍ୟ ତତ୍ତ୍ୱ ଓ ମନୋବୃତ୍ତିରେ କିପରି କେତେ
କେତେ ନାରୀ ବଳି ପଡୁଛି |
ଲୋପ ପାଇ ଯାଉଛି ମଣିଷ ମଣିଷ ପ୍ରତି
ଭରସା ବିଶ୍ୱାସ ଏ ଦୁନିଆରୁ
କାପୁରୁଷର କାଣ୍ଡ କାରନାମାରେ ଚିରି ଫାଡ଼ି
ଦେଉଛି ସ୍ନେହ, ପ୍ରେମ ଅନ୍ତରରୁ |
ଏ କବିତାରେ ପ୍ରକାଶ କରିଛି ମୋ ଅତଳ ମନର
ଅବଦମିତ ଅକୁହା କାହାଣୀକୁ
କହୁଛ ହିନ୍ଦୁ, ଛେପ ପକାଉନକି ଆମ ବସୁଧୈବ
କୁଟୁମ୍ବକମ ମନ୍ତ୍ରର ଅଭିବ୍ୟକ୍ତିକୁ |
ପୁରୁଷ, କିପରି ଘଟାଇ ପାରୁଛି ଏପରି ନାନାଦି
ଲୋମ ହର୍ଷଣକାରୀ କାଣ୍ଡକୁ
ଏହି ବ୍ୟବସ୍ଥା ଅବସ୍ଥା ବହୁତ ଉଦ୍ବେଗ ଜନକ
ଆସୁ ନାହିଁକି ଆମ ମନକୁ |
ଦୁଃସ୍ଥ ମାନସିକତାକୁ ପରିହାର କରିବା, ଡାକେ
ମୋର ସମସ୍ତ ଭଉଣୀ ଭାଇଙ୍କୁ
ଜାଗ୍ରତ କରାଇବା ଚେଇଁ ଶୋଇଥିବା ମଣିଷତ୍ୱ
ଆମ ଭିତରର ବିବେକ ଓ ବୁଦ୍ଧିକୁ |
