STORYMIRROR

LALIT MOHAN DASH

Romance Inspirational

4  

LALIT MOHAN DASH

Romance Inspirational

ନାରୀ ଦିବସ ମାନେ

ନାରୀ ଦିବସ ମାନେ

1 min
409

ଆର୍ଯ୍ୟରୁ ପୁରାଣ ଆଦି ପୁରାତନ,

ପାଉଛି କେବଳ ଦୁଃଖ,

 ଚାତକ ପକ୍ଷୀ ହୋଇ ରହି ଅପେକ୍ଷା,

ଚାହିଁଛି ଆଞ୍ଜୁଳେ ସୁଖ ।।

ମିଳିନି ଜମାରୁ ନାରୀକୁ ସ୍ବାଧିନ,

ଛଦ୍ମବେଶୀ ପରିହାସ,

ଅଭିନୟ ଛଳନାଦିଶେ ଏସବୁ ,

ବିଶ୍ଵ ମହିଳା ଦିବସ ।।

ଦେଶର ପ୍ରତିଟି କୋଣରେ ଚାଲିଛି,

ବର୍ବରହତ୍ୟା ସଂଘର୍ଷ,

ଏସବୁର ମାନେ ଏଠିପୁଣି କଣ ?

ପାଳୁଛି ମିଥ୍ୟାର ବର୍ଷ।‌।

ଆଜିବି ନାରୀ ରହିଛି ପରାଧିନ,

 ବ୍ୟବହାର ଅତି ହୀନ,

ସ୍ବାଧୀନତା ପଞ୍ଚସ୍ତରୀ ଅତିକ୍ରମ,

ତଥାପି ମିଳିନି ମାନ ।‌।

ନାରୀ ନିର୍ଯାତନା ଅଗ୍ନି ଲିଭିନାହିଁ,

 ଗୋପନେ କୁହୁଳି ଜଳେ,

ବିଦ୍ରୋହ ଦମନ ଚାଲିଛି ଜଗତେ,

ଟଙ୍କା ପଇସା ବଳେ ‌‌।।

ଗୁପ୍ତରେ ଯାତନା ପାଉଛି ବହୁଳ,

ହସପଛେ ଲୁହ କଥା,

ଅନ୍ତର ଆତ୍ମାର ପୀଡ଼ିତ କାହାଣୀ,

ଜାଣିଲେ ଘୁରିବ ମଥା ।।

ଅକୁହା ବେଦନା ଚେତାଶୂନ୍ୟ ହୋଇ,

ସୃଷ୍ଟି ହୁଅଇ କ୍ରନ୍ଦନ,

ଲହୁକୁ ଲୁହରେ ପରିଣତ କରି,

‌କଷଣ ମଧ୍ୟେ ମନ୍ଥନ ।।

ଗୃହ କୋଣ ମଧ୍ୟେ ନିର୍ଯ୍ୟାତନା ପାଇ,

କ୍ଷତେ ମଲମ ଲଗାଇ,

ଗୁପ୍ତରେ ଲୁପ୍ତ ହୁଅଇ ସେହିସବୁ,

ବାହାରେ ହସି ହସାଇ ।।

କୋହଭରା ବୁକୁଥରା ପୀଡାନ୍ତକ,

ନିଷ୍ଠୁର ବ୍ୟାଧାଗ୍ରସ୍ତରେ,

ଅକାତକାତ ସମୁଦ୍ର ଗଭୀରକୁ,

ବୁଡ଼ଇ ପୁଣି ପହଁରେ।। 

 ଜଳାଞ୍ଜଳି, ସର୍ମପଣ ଭାବ ନେଇ,

ଛନ୍ଦି ହୋଇଛି ଜୀବନ,

ବିଶାଳ ହୃଦୟ ତାହାରି ପାଖରେ,

ମାନବ କରୁଛି ନମନ।।

ତିରସ୍କାର ପାଇଁ ପୁରସ୍କାର ଦିଏ,

କରିବା ତାକୁ ସମ୍ମାନ,

ପ୍ରାଣ ଦେଇ ରକ୍ଷାକରି ଦେଇଥାଏ,

ସତରେ ନାରୀ ପୂଜନ ।‌।



Rate this content
Log in

Similar oriya poem from Romance