STORYMIRROR

Kali Kumar

Comedy Tragedy Classics

4  

Kali Kumar

Comedy Tragedy Classics

ନନା ପଡ଼ିଗଲେ ନାଳେ

ନନା ପଡ଼ିଗଲେ ନାଳେ

2 mins
265

ଇନ୍ଦ୍ର ରାଗିଅଛି ବାଦଲ ସହିତେ

ଆକାଶେ ଚପଳା ଖେଳେ,

ରାସ୍ତାଘାଟ ଆଉ ଜମା ଦିଶୁନାହିଁ

ସହର ଭାସୁଛି ଜଳେ,

ଇନ୍ଦ୍ରର କୋପକୁ ଆଉ କିଏ ସମ୍ଭାଳେ

ଅଦିନ ବର୍ଷାର ପ୍ରକୋପର ବଳେ

ସହର ଭାସୁଛି ଜଳେ

ସହର ଭାସୁଛି ଜଳେ ।।

ତରତର ହୋଇ ବାଙ୍କୁ ନନା ଆମ

ଘରୁ ବାହାରିଛି,

ଏହି ବିଷମ କାଳେ

'ଚଷମା ଛାପ' ବିଡ଼ି ନ ପିଇଲେ

ତା' ଜୀବନ ନାଟିକା ନ ଚଳେ

ତେଣେ ଭାସି ଯାଇଛି ତା

ଦୁଗୁତା, କେନ୍ଦୁପତ୍ର

ଯାହା ଖୁନ୍ଦିଥିଲା ଚାଳେ

ସେଥିପାଇଁ ବୋଧେ,

ନନା ଘରୁ ବାହାରିଛି,

ଏମିତି ବିଷମ କାଳେ

ଏମିତି ବିଷମ କାଳେ ।।

ସହରଟା ଯାକ ପାଣିରେ ଭାସୁଛି

ରାସ୍ତାଘାଟ ତ ଶୋଇଛି, ପାଣିର ବିଛଣା ତଳେ

କେମିତି ନନା ଦୋକାନକୁ ଯିବି

ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ଭାଳେ,

'ଚଷମା ଛାପ' ବିଡ଼ି ନ ପିଇଲେ

ତା' ଜୀବନ ନାଟିକା ନ ଚଳେ

ତା' ଜୀବନ ନାଟିକା ନ ଚଳେ ।।

ଦମ୍ଭ ସହକାରେ ଗୋଡ଼ ପକାଇଲା

ଅଳିଆ ଆବର୍ଜନା ଜଳେ

ଥିରି ଥିରି କରି ଚାଲୁଥାଏ ନନା

ଜାଙ୍କି ଛତାକୁ କାଖ ତଳେ,

ଅନୁମାନ କରି ପାଦ ଥୋଉ ଥୋଉ

ନନା ପଡ଼ିଗଲେ ନାଳେ

ନନା ପଡ଼ିଗଲେ ନାଳେ ।।

ମନକୁ ମନ ଗୋଟାଏ କଥା ସେ ଭାଳେ

"ଘରୁ ବାହାରିଲି କେଉଁ ଅଶୁଭ କାଳେ

ଅବା କଳା ବିଲେଇଟା ବାଟ କାଟିଥିଲା

ଘରୁ ପାଦ କାଢ଼ିଲା ବେଳେ"

ଖସି ପଡ଼ିଲି ମୁଁ !

ପଚା ସଡ଼ା ଏହି ନାଳ ନାର୍ଦମା ଜଳେ

ଏହି ନାଳ ନାର୍ଦମା ଜଳେ ।।

ହାତର ଛତାଟା ଡଙ୍ଗା ପରିକା

ପାଣି ସୁଅରେ ଖରଖର ହୋଇ ଚଳେ

ଧୋତି କୁଞ୍ଚ ତାଙ୍କ ଅଣ୍ଟାରୁ ଖସିଛି

ସବୁ ହୋଇଲାଣି ଅସଂଭାଳେ

ନନା ପଡ଼ିଲଗା ନାଳେ

ନନା ପଡ଼ିଗଲେ ନାଳେ ।

ଆତୁର ହୋଇ,

ନନା ନାନୀକୁ ପକାଇଲା ଡାକ

ହୋଇରେ ବୁଢ଼ୀ !

ତୁ ଆ ଦୌଉଡ଼ି !

ମୋ ଅଣ୍ଟାରେ ପଶିଲା ରକ୍କା

'ଚଷମା ଛାପ' ବିଡ଼ି ପାଇଁ ମୁହିଁ

କେତେ ହେଲିଣି ଯେ ହଟହଟା,

ତୋ ରାଣ ଖାଉଛି ଆଉ ପିଇବିନି

ଏମିତି ହିନିମାନିଆ ନିଶା

ଦେ ତୋ ହାତ ! ମୋତେ ଟିକେ ଉଠା

ମୋ ଅଣ୍ଟାରେ ପଶିଲା ରକ୍କା ।।

ହୋଇ ଲୋ ବୁଢ଼ୀ ଶୁଣିଥା କଥା

ନାଳେ ପଡ଼ି ମୁଁ ପାଇଲି ଶିକ୍ଷା,

"ବିଡ଼ି ନୁହେଁ ଗୋଟେ ଛୋଟିଆ ନିଶା

ମଷ୍ଟେ ମଷ୍ଟେ ସବୁ ଟାଣେ ପଇସା

ସମୟ ଅସମୟ ବୁଝେ ସେ ନାହିଁ

ବିପଦରେ ସିଏ ଦିଏ ପକାଇ ।।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy