STORYMIRROR

Lokanath Rath

Romance Action Classics

4  

Lokanath Rath

Romance Action Classics

ନାଲି ଓଢଣୀ

ନାଲି ଓଢଣୀ

2 mins
542


କେତେ କେତେ କଥା ସବୁ ରହିଛି ମୋ ସୃତିରେ

        ସାଇତି ରଖିଛି ତାକୁ ବଡ଼ ଆଦରରେ ,

ଯେବେ ଦେଖେ ବସି ମୁହିଁ ତାକୁ ମୋର ଏକାନ୍ତରେ

         ମିଠା ମିଠା ଖୁସିରେ ,ନାଚେ ଆନନ୍ଦରେ |


ମନେପଡେ ସେହି ଦିନ ,ସେହି ସବୁ ମିଠା କଥା

         ଯେବେ ମିଶି ଦେଖୁଥିଲୁ ସୁନେଲି ସପନ ,

ମନରେ ଆବେଗ ଥିଲା ,ବଢ଼ୁଥିଲା ଆମ ହୃଦୟ ସ୍ପନ୍ଦନ

         ଥିଲା କିଛି ମନ ଆଉ ଅଭିମାନ |


ଲୁଚି ଲୁଚି ଆସୁଥିଲା ସିଏ ,ପାଦ ଚାପି ଚାପି

          ଥିରି ଥିରି କହୁଥିଲା ଚାପି ଓଠକୁ ,

ତାର ସେହି ଚାଲି ଆଉ କଥା ସବୁ ଶୁଣି

          ଖୋଲୁଥିଲି ମୋର ଏହି ମନର ଦ୍ୱାରକୁ |


ଆଖି ମେଳି ଦେଖୁଥିଲି ,ଆଖି ମୋର ଯାଉଥିଲା ଲାଖି

          ପ୍ରିୟାର ଓଢଣୀ ତଳେ ଆଖିକୁ ଦେଖି ,

ତାର ନାଲି ଓଢଣୀ ତଳେ ଲାଜ ଲାଜ ଆଖି

          ଦେଉଥିଲା ତାର ପ୍ରେମର ଜୀବନ୍ତ ସାକ୍ଷୀ |


ସେହି ନାଲି ଓଢଣୀ ତଳେ ମଥାର ନାଲି ଟିପା

           ଆଖିରେ ଶୋଭୁଥିଲା ସୁନ୍ଦର କଜଳ ଗାର,

ମତେ ଚାହିଁ କମ୍ପୁଥିଲା ତାର କୋମଳ ସୁନ୍ଦର ଓଠ

           ଥିରି ଥିରି ବାଂଟୁଥିଲା ମଧୁ ,ପ୍ରେମର |


ତାର ସୁନ୍ଦର ଘନ କେଶ ଢାଙ୍କିଥିଲା ନାଲି ଓଢଣୀ

           ଖେଳୁଥିଲା ସେହି କେଶ ପବନ ସାଙ୍ଗରେ ,

କିଛି ଉଡି ପଡୁଥିଲା ତାର ମୁଖରେ ଓଢଣୀ ଆଢୁଆଳରେ

           ତାକୁ ସଜାଡୁଥିଲା ସିଏ ,କୋମଳ ହାତରେ |


କିଛି ଯେବେ ଦୁଷ୍ଟାମୀ କରି ଯିବାକୁ ଚାହୁଁ ନଥିଲେ

           ଟିକେ ରାଗି ସିଏ ଧରୁଥିଲା ହାତରେ ,

ଟାଣି ନେଇ ରଖୁଥିଲା ତାର ନାଲି ଓଢଣୀ ତଳେ

            ମତେ ସିଏ ଦେଖୁଥିଲା ବାଙ୍କ ଚାହାଣୀରେ |


ହସିଦେଇ କହୁଥିଲି ,ଅମାନିଆ ଏହି ପବନ ଶୁଣିବ ନାହିଁ

            ଖେଳିବାକୁ ଦିଅ ତୁମ ମୁକୁଳା କେଶକୁ ,

ମନ ତାର ଭାରିଗଲେ ,ଆପେ ଚାଲିଯିବ ସେଇ ନିଜେ

             କାହିଁକି ରାଗି ତୁମେ କାଷ୍ଠାଦିଅ ନିଜକୁ ?


ତୁମ ନାଲି ଓଢଣୀ ଦେଖି ଲାଗେ ହୋଇଛି ପାଗଳ

             ଛୁଉଁଚି ତୁମକୁ ଦେଖା ସିଏ ବାରମ୍ବାର ,

ମତେ ବଡ଼ ଇର୍ଷା ହେଉଛି ଏହି କେଶ ଦେଖି

             ଭାବୁଛି ହୋଇଥାନ୍ତି ଯଦି କେଶ ତୁମର |


ଖେଳୁଥାନ୍ତି ପବନ ସଂଗେ ମିଶି ତୁମ ପରସ ପାଇଁ

             ନାଲି ଓଢଣୀ ତଳେ ଲୁଚି ରହି ,

ତୁମେ ମୋତେ ବାରମ୍ବାର ଦେଉଥାନ୍ତ ରାଗରେ ଟିକେ ଘଉଡ଼ାଇ

             ନମାନି ତୁମକୁ ,ରହିଥାନ୍ତି ଅବୁଝା ହୋଇ |


ଶୁଣି ଏହି କଥା ,ପ୍ରିୟ ମୋର ଯାଉଥିଲା ଲାଜେଇ

             ହସିଦେଇ ,ନାଲି ଓଢଣୀ ତଳେ ଥାଇ ,

ମନ ମୋର ଭରୁଥିଲା ତାର ଲାଜକୁଳା ହସକୁ ଦେଖି

              ପିଉଥିଲି ,ତାର ପ୍ରେମରସ ମଧୁକୁ ପାଇ |



Rate this content
Log in

Similar oriya poem from Romance