ନା କହିହୁଏ ନା ସହିହୁଏ
ନା କହିହୁଏ ନା ସହିହୁଏ
ଜୀବନର ଛକିଶୂନ ଖେଳ ଭିତରେ
ଅତୀତ ସ୍ମୃତିକୁ ରୋମନ୍ଥ କରୁକରୁ
ବୁଢିଆଣୀ ସୂତ୍ରେ ଛନ୍ଦି ହୋଇଯାଏ,
ନିବୁଜ୍ କୋଠରୀର ଡାଏରୀରେ
କବର୍ ଦେବାର ପ୍ରଚେଷ୍ଟାରେ
କେବେ ହସି ପକାଏ ତ କେବେ କାନ୍ଦି ପକାଏ
କିନ୍ତୁ ନା କହି ହୁଏ ସେ ସ୍ମୃତିବୋଳା ନିର୍ଜନ ରାତ୍ରିର ଗାଥା
ନା ସହି ହୁଏ ସେ ଅବଶୋଷଭରା ଦରଦ ହୃଦୟର ବ୍ୟଥା
ଖାଲିଯାହା ବାସ୍ତବତା ଛାତିରେ ଗୁମୁରି ଗୁମୁରି,
କୋହ ଲୁହ ହୋଇ ବହିଯାଏ,
ଆଉ ତକିଆର ଫାଳେ ଭିଜୁଥାଏ

