STORYMIRROR

Sunanda Mohanty

Abstract Romance Action

4  

Sunanda Mohanty

Abstract Romance Action

ମୟୂରୀ

ମୟୂରୀ

3 mins
6

ବାପାଙ୍କ ମନ ଖୁବ ଦୁଃଖ. ଗୋଟିଏ ବୋଲି ଝିଅ ଶୁଶ୍ରୀ. ତାକୁ ପାଠ ପଢ଼ାଇ ସବୁ ଶାଠ ଶିଖାଇବା ସହ ପାଞ୍ଚ ଲୋକ କହନ୍ତି ଶୁଶ୍ରୀ ପରି ଶୁଶୀଳା ଝିଅ କୋଟିକରେ ଗୋଟିଏ. ସେତେବେଳେ ବାପା ଚନ୍ଦ୍ରକାନ୍ତ ବାବୁଙ୍କର ମନ କୁଣ୍ଢେମୋଟ ହୋଇଯାଏ.ଯା ହେଉ ଉପଯୁକ୍ତ ସଂସ୍କାର ଦେଇ ସେ ଝିଅ ବଢ଼େଇଛନ୍ତି.ସତକୁ ସତ ଝିଅର ଚାକିରୀ ପରେ ବାପା ମାଆ ଖୋଲିକି ପଚାରିଦେଇଥିଲେ ଝିଅକୁ ଯଦି କେହି ପସନ୍ଦର ପାତ୍ର ଅଛନ୍ତି ଖୋଲି କହିଦେ ଝିଅ. ଝିଅ କହିଥିଲା ମାଆକୁ ଏମିତି କେମିତି ଭାବି ପାରୁଛୁ ମାଆ? ବାପାଙ୍କ ଶୀର ନିଚା କରି ତାଙ୍କ ଝିଅ କିଛି କଲାଣି କେବେ ଯେ ଏବେ ନିଜ ପସନ୍ଦର ପୁଅ ବାଛିବ!ତା ଛଡା ମୋ ବାପା ଯାହାକୁ ପସନ୍ଦ କରିବେ ତା ଘରକୁ ତୋ ଶାଢ଼ୀ ଓ ଗହଣା ପିନ୍ଧି ମୁଁ ଯିବି ମାଆ. ଝିଅର କଥାରେ ପେଟ ପୁରି ଯାଇଥିଲା ଚନ୍ଦ୍ରକାନ୍ତବାବୁଙ୍କର ତ ଖୋଜି ଖୋଜି ଡାକ୍ତର ବର ଆସିଥିଲା ସପରିବାର ସହିତ . ଝିଅ ଦେଖା, ଖିଆପିଆ ସରିବା ପରେ କଥା ପକ୍କା ହେବା ପରେ ଶୁଶ୍ରୀ କହୁଥିଲା ସେ ରାଜି ନୁହେଁ ତ ଆକାଶ ଛିଣ୍ଡି ପଡିଲା ଯେମିତି ଚନ୍ଦ୍ରକାନ୍ତଙ୍କ ମୁଣ୍ଡରେ . ଶୁଶ୍ରୀର ସର୍ତ୍ତ ଥିଲା ପାର୍କରେ ଏକାନ୍ତରେ କଥା ହେବ ସେ ଭାବୀ ବର ସହିତ . ତ ସେସବୁର ସୁନ୍ଦର ଆୟୋଜନ କରି ଗାନ୍ଧଜୀ ପାର୍କରେ ଶୁଶ୍ରୀ ସାକ୍ଷାତ କରିଥିଲା ଡାକ୍ତର ବର ପ୍ରଦୀପକୁ. ହେଲେ ତା ପରେ ଶୁଶ୍ରୀର ଉତ୍ତର ନା ଥିଲା ତ ଦୁଃଖରେ ଭାଙ୍ଗିପଡିଲେ ଚନ୍ଦ୍ରକାନ୍ତ. ଦ୍ୱିତୀୟ ପ୍ରସ୍ତାବ ଇଞ୍ଜିନିଅର ଥିଲା ଭାବି ବର ଅଶୋକ. ଏଠି ମଧ୍ୟ ଝିଅ ଦେଖା ପର୍ବ ସରିବା ପରେ ଓ ପୁଅ ଘରେ ରାଜି ହେଲାପରେ ଝିଅ ଶୁଶ୍ରୀ କହିଥିଲା ସେ କୌଣସି ହୋଟେଲରେ ଦେଖା କରିବାକୁ ଚାହେଁ ଅଶୋକଙ୍କୁ . ସ୍ତବ୍ଧ ଚକିତ ହେଲେ ବାପା ତଥାପି ରାଜି ହୋଇ ହୋଟେଲ ବ୍ଲୁ ବାର୍ଡରେ ସମସ୍ତ ଆୟୋଜନ କଲାପରେ ମଧ୍ୟ ଝିଅ ରାଜି ନୁହେଁ କହିଥିଲା .ଦୁଃଖରେ ପୁଣି ଭାଙ୍ଗିପଡିଲେ ଚନ୍ଦ୍ରକାନ୍ତ ବାବୁ ଯେତେବେଳେ ତୃତୀୟ ପ୍ରସ୍ତାବ ମଧ୍ୟ ନିଜ ଘରେ ପୁଅ ଝିଅଙ୍କୁ କିଛି ସମୟ କଥା ହେବା ପାଇଁ ଛାଡ଼ିବା ପରେ ମଧ୍ୟ ବ୍ୟାଙ୍କ ଅଫିସର ଥିବା ପୁଅ ଆଲୋକର ପ୍ରସ୍ତାବ କାଟ ଖାଇଯାଇଥିଲା ଝିଅ ଶୁଶ୍ରୀର ବାରଣରେ . ବନ୍ଧୁବାନ୍ଧବ, ଚିହ୍ନା ପରିଚୟ ଏଣିକି ଯୋଉ ମୁହଁରେ ଶୁଶ୍ରୀର ଗୁଣଗାନ କରୁଥିଲେ ସେଇ ମୁହଁରେ ଏଣୁ ତେଣୁ ଗପିବାକୁ ଆରମ୍ଭ କରିଦେଇଥିଲେ ତ ବାପା ଚନ୍ଦ୍ରକାନ୍ତ ବାବୁ ବିଚଳିତ ହୋଇପଡିଲେ.

  ବାପା ଚନ୍ଦ୍ରକାନ୍ତ ପ୍ରଥମ ପ୍ରସ୍ତାବ ଥିବା ପୁଅ ପ୍ରଦୀପଙ୍କୁ ଏକାନ୍ତରେ ଦେଖାକରିଥିଲେ ଓ ଶୁଶ୍ରୀର ପ୍ରଶ୍ନ ଓ ମିଳାମିଶାରେ କିଛି ମାନସିକ ବିକୃତି ଥିବାର ଲକ୍ଷ କଲେକି ବୋଲି ପଚାରିଥିଲେ ବାପା ଚନ୍ଦ୍ରକାନ୍ତ. ଡାକ୍ତର ପ୍ରଦୀପ କହିଥିଲେ ଆପଣଙ୍କ ବଡ଼ପଣ ଦେଖି ମୁଁ ବିସ୍ମିତ ଓ ଆଶ୍ଚର୍ଯ୍ୟ ଏଇଥିପାଇଁ ଯେ ପ୍ରଥମତଃ ଆପଣ ଉଦାର ବୋଲି ମୋ ସହ ଦେଖାକରିବାକୁ ଆସିଛନ୍ତି.ଦ୍ୱିତୀୟରେ ନିଜ ଝିଅକୁ ଖୁବ ଭଲ ପାଉଥିବାରୁ ସବୁ ଭୁଲିଯାଇ ବୁଝିବାକୁ ଆସିଛନ୍ତି ତାର ମାନସିକ ସ୍ଥିତି. ମୁଁ ନିଶ୍ଚୟ ସାହାଯ୍ୟ କରିବି ଓ ସତକଥା କହିବି ଆପଣଙ୍କୁ. ଡାକ୍ତର ପାଠ ପଢିବା ଭିତରେ ଡାକ୍ତର ହୋଇ ରୋଗୀ ସେବାରେ ରହି ଦେଶର ଜନନାୟକମାନଙ୍କ ବିଷୟରେ ମୁଁ କୌଣସି ଉତ୍ତର ଦେଇପାରିନଥିଲି ଆପଣଙ୍କ ଝିଅର ପ୍ରଶ୍ନ ସବୁର. ହଉ ଗାନ୍ଧିଜୀଙ୍କ କଥା ଛାଡ଼ନ୍ତୁ ଦେଶର ଅନ୍ୟ ବରପୁତ୍ରମାନଙ୍କ ବିଷୟରେ ଓ ସେମାନଙ୍କ ନିତି ଆଦର୍ଶ ବିଷୟରେ କିଛି କୁହନ୍ତୁ ପ୍ରଶ୍ନର ଉତ୍ତରରେ ମଧ୍ୟ ମୁଁ ସଠିକ ବରପୁତ୍ରମାନଙ୍କ ବିଷୟରେ କିଛି କହିପାରିନଥିଲି ତ ଆପଣଙ୍କ ଝିଅ କହିଥିଲେ ମୋ ବାପା ସେହି ପୁଅ ଓ ଝିଅଙ୍କୁ ପସନ୍ଦ କରନ୍ତି ଯାହାର ଜାତୀୟ ବରପୁତ୍ରମାନଙ୍କ ଉପରେ ଖୁବ ଜ୍ଞାନ ଥିବ କାରଣ ସେମାନଙ୍କ ଯୋଗୁଁ ଆମେ ଆଜି ସ୍ବାଧୀନତାର ସ୍ୱାଦ ଚାଖୁଛୁ.ବାପା ଚନ୍ଦ୍ରକାନ୍ତ ସେତିକିରେ ବୁଝିଗଲେ ଓ ଧନ୍ୟବାଦ ଦେଇ ଦ୍ୱିତୀୟ ପ୍ରସ୍ତାବ ଭାଙ୍ଗିଯାଇଥିବା ବଡ଼ ବ୍ୟବସାୟୀଙ୍କ ଇଞ୍ଜିନିଅର ପୁଅ ଅଶୋକଙ୍କୁ ଭେଟିଥିଲେ.ସେ କହିଥିଲେ ହୋଟେଲରେ ଖାଦ୍ୟ ପରିବେଷଣ ବେଳେ ଥରେ ନୁହେଁ ଦୁଇ ଦୁଇ ଥର ଓ୍ଵେଟର ତାଙ୍କ ଉପରେ ଝୋଳ ଢାଳି ଦେଇଥିଲେ ତ ସେ ଓ୍ଵେଟର ଉପରେ ଖୁବ ବିରକ୍ତି ପ୍ରକାଶ କରିଥିଲେ ଓ ମ୍ୟାନେଜରଙ୍କୁ ଡାକି ତାର ଦରମା କାଟିବାକୁ କହିଥିଲେ. ସେତିକିରେ ଶୁଶ୍ରୀ ବିରକ୍ତି ଭାବ ପ୍ରକାଶ କରି କହିଥିଲେ ସେମାନଙ୍କ ପରି କୃଷକ, ସୈନିକ, ଶ୍ରମିକମାନେ ସେବା ଯୋଗାଉନଥିଲେ ଆଜି ଆମେ ନିଜ କାମ ନିଜେ କରୁଥାଆନ୍ତେ ତେଣୁ ସେମାନଙ୍କୁ ସମ୍ମାନ ଦେବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ମୋ ବାପା କୁହନ୍ତି. ଏଥର ସେଠୁ ଫେରି ଚନ୍ଦ୍ରକାନ୍ତ ବାବୁ ବ୍ୟାଙ୍କ ଅଫିସର ଆଲୋକଙ୍କୁ ଦେଖା କରି ଝିଅର ଭୁଲ ପାଇଁ କ୍ଷମା ମାଗିଥିଲେ କିନ୍ତୁ ଆଲୋକ କହିଲେ ନା ନା ଆଜ୍ଞା ଆପଣଙ୍କ ଝିଅ ମୋ ଆଖି ଖୋଲିଦେଇଛି କାରଣ ଆପଣଙ୍କ ଘରେ ଥିବା ଅଚଳନ୍ତି ହାତ ଘଣ୍ଟାଟିକୁ ଦେଖି ଏଇଟି କାହିଁକି ଘରେ ଅଛି? ଅଚଳନ୍ତି ଘଣ୍ଟା ବାସ୍ତୁ ଦୃଷ୍ଟିରୁ ଶୁଭ ନୁହେଁ କହିଥିଲି ତ ତା ଉତ୍ତରରେ ଆପଣଙ୍କ ଝିଅ କହିଥିଲେ ଯେ ସେଇ ଘଣ୍ଟାଟି ଆପଣଙ୍କୁ ଆପଣଙ୍କ ପିତା ପିଲାଦିନେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାଶ କରିଥିବାରୁ ଉପହାର ସ୍ୱରୂପ ଦେଇଥିଲେ.ତାହା ଏବେ ଚାଲୁନଥିଲେ ମଧ୍ୟ ପିତା ମାତାଙ୍କ ଋଣ ତ ଶୁଝି ହୁଏନା ବରଂ ତାଙ୍କ ସ୍ମୃତିକୁ ସାଇତି ରଖି ମୋ ବାପା ତାଙ୍କ ପିତାଙ୍କୁ ସମ୍ମାନ ଦେଉଛନ୍ତି କହିସାରି ଶୁଶ୍ରୀ ପୁଣି କହିଥିଲେ ଆପଣ ତ ଆମ ଘରେ ପଶୁ ପଶୁ ଚାଳ ବାଜିଲାଣି, ଏ ଘରେ ଜୋଇଁ ହେବେ କେମିତି?ତେଣୁ ମୁଁ ସଂଭ୍ରମରେ ଫେରିଆସିଥିଲି. ବାପା ଚନ୍ଦ୍ରକାନ୍ତବାବୁ କାନ୍ଦି ପକେଇଥିଲେ ଝିଅ ଯେବେ ତାଙ୍କ ଦ୍ୱାରା ଆସିଥିବା ଚତୁର୍ଥ ପ୍ରସ୍ତାବ ପୁଅ ନିଖିଲ ମାମୁଲି କିରାଣୀ ଚାକିରୀ କରିଥିଲେ ମଧ୍ୟ ହୋଟେଲ ଓ ପାର୍କରେ ତଥା ଘରେ ଏକାନ୍ତରେ କିଛି ସମୟ କଥାବାର୍ତ୍ତା ପରେ ଶୁଶ୍ରୀ ସେହି ପୁଅକୁ ବାହା ହେବାକୁ ରାଜି ହୋଇଯାଇଥିଲା. ସେ ଜାଣିନଥିଲା ବାପା ଆଗରୁ ସେହି ପୁଅକୁ ସବୁକଥା କହିସାରିଥିଲେ ଯାହା ଅନ୍ୟ ତିନିଜଣଙ୍କ ସାଙ୍ଗରେ ଘଟିସାରିଥିଲା.ସେହି ପୁଅ ଖାଲି ଶୁଶ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେଇନଥିଲେ ବରଂ କହିଥିଲେ ତୁମେ ଆମ ଜାତୀୟ ପକ୍ଷୀ,ମୋ ମନ ମୟୂରୀ ପରି ଖୁବ ସୁନ୍ଦର ।


Rate this content
Log in

Similar oriya poem from Abstract