STORYMIRROR

Satyabati Swain

Tragedy

3  

Satyabati Swain

Tragedy

ମୂମୁର୍ଷୁ

ମୂମୁର୍ଷୁ

1 min
376

ତୁମେ ଗୋଟେ

ଯନ୍ତ୍ର କବଳିତ

ମୂମୁର୍ଷୁ ।


ତୁମର ଦେହ ମନ

ରୁଗ୍ଣ

ମସ୍ତିଷ୍କ ପକ୍ଷାଘାତ

ହୃଦୟ

ଅଚିହ୍ନା ବ୍ୟାଧି କବଳିତ।


ତୁମେ ଅହରହ ଛଟପଟ

ଆହୁରି ଆହୁରି ଦିଅ ଶୋଷ

ପାଦ ଟଳମଳ 

ପଡିଯାଇଛ

ଆସକ୍ତି ନର୍ଦ୍ଦମା ଭିତରେ।


ବିବେକର ଶୁଆ

ଉଡି ଯାଇଛି

ତୁମ ମନ ପଞ୍ଜୁରୀ ଖୋଲି

ତୁମେ ହଗୁଛ,ମୁତୁଛ

ଶେଯରେ

ଜଡ ଅବୟବ

କିଂକର୍ତ୍ତବ୍ୟବିମୂଢ।


ତୁମେ ଅଚଳ ପାଞ୍ଚ ଶହ କାଗଜ ନୋଟ୍

ନିଜ ମୂଲ୍ୟ ହଜେଇ ଦେଇଛ

ଭୋଗ ଲାଳସା ଦୁର୍ନୀତି ଯୁଇରେ।



Rate this content
Log in

Similar oriya poem from Tragedy