STORYMIRROR

Amarananda Nayak

Drama Classics

3  

Amarananda Nayak

Drama Classics

ମୁଠାଏ ସପନ, ମାନସୀ କବିତା।

ମୁଠାଏ ସପନ, ମାନସୀ କବିତା।

1 min
222

ଶର୍ବରୀର ଘନକବରୀ ଗଲେ ଖୋଲି, 

ଶବ୍ଦର ଘୁଙ୍ଗୁର ବାନ୍ଧି, ଚୁପ୍ ଚାପ ଏକାନ୍ତେ, 

ଆସ କିମ୍ପା ମୋ କବିତା ମାନସୀ, 

ମୋ ଅବୟବ, କଳ୍ପନା ଭାବନା କରି କବଳିତ, ନିବିଡ ଆଶ୍ଳେଷରେ କରିଦିଅ ବନ୍ଦୀ। 

ଶୁଆଇ ଦିଅନି କଡ ଲେଉଟାଏ ନିଜକୁ, ପାରେନା ମୁକ୍ତ କରି ତବ ସମ୍ମୋହନେ,

ହୋଇଯାଏ ଛନ୍ଦି। 

 ଭାରି ଭଲ ଲାଗେ ସେ ତିକ୍ତ ମଧୁର ଯନ୍ତ୍ରଣା। 

ଉଷାର ପହଲି ଛୁଆଁରେ ପକ୍ଷୀ କାକଳୀରେ, 

ତନ୍ଦ୍ରାୟିତ ଆଖି ମେଲି, ଅଳସ ଦେହ ବହି ପ୍ରସ୍ତୁତି କରିବାକୁ ପଡେ ବିଭ୍ରାନ୍ତ ହେବାକୁ, 

ପିଣ୍ଡ ବ୍ରହ୍ମାଣ୍ଡ ତ୍ରୁପ୍ତି ପାଇଁ ସ୍ବେଦ ଯୁକ୍ତ ହୋଇ। 

ପାଣି କାଚ ରୁଣୁଝୁଣୁ କରି , 

ବଧୂ ବର ବର୍ଣ୍ଣନୀ ଖୋଲେ ତା ସଂସାର। 

ଅଭିମାନେ ଅଭିଶସ୍ତିରେ କରେ ଗୁଂଜରଣ। 

ସଉତୁଣୀ କବିତାକୁ ଧରି ଗଢ ତମ ଘର। 

ମୋ ବଗିଚା ହାଣ୍ଡିଶାଳ, ମାଂସ ଫୁଲ ନେଇ, ସଜାଡୁଛି ମୋ ସଂସାର। 

ଦେହ ସିନା ପାଖେ ମନ ତମ କିଆଁ ଏତେ ଦୂର? କିଛି କ୍ଷଣ ହୁଏ ମ୍ରିୟମାଣ ଟାଣ, 

କରେ ମନ ଛନ୍ଦି ନ ହେବାକୁ ମୋହଗ୍ରସ୍ତ, 

ନ ହେବାକୁ ମାନସୀ କବିତା ଫାଶରେ। 

ପୁଣି ସେହି ରାତି ଚୁପ୍ ଚାପ ଆସ, 

ଶୁଆଇ ଦିଅନି କର ଅସ୍ତବ୍ୟସ୍ତ, 

ହାତ ଧରି କୁହ ଉତୁରେଇ ଦିଅ, 

ନିଚ୍ଛକ ମନର ଗଜଲକୁ। 

ହ୍ରୁଦୟ ରଞ୍ଜିତ କରି ପାରୁଥିବା, 

ଜୀବନ ଯନ୍ତ୍ରଣାର ନିରୁତା କଥାକୁ। 

ପୁଣି ହାତ ଧରି ଡାକ ଆସ! 

ଛାଡି ଛଳନାର ଜତୁଗୃହ, 

ହତାଶାର ବସନ୍ତ ବର୍ଣ୍ଣାଳୀ, ହଜିଯିବା, 

ପ୍ରକୃତି କୋଳରେ ନୀଳ ଆକାଶରେ। 

ଅରଣ୍ଯ ମାୟାରେ ହଜିବା,

ଉତ୍ତାଳ ଫେନିଳ ତରଙ୍ଗରେ ଉଚ୍ଛୁଳିବା, 

ସମୁଦ୍ର ବେଳାଭୂମି ପରେ, 

ସଜଳ ପାଦ ରେଖା ଆଙ୍କିବା। 


ନତୁବା ଗଛର ପତ୍ର ପିନ୍ଧି, 

କୋରଡେ ନୀଡଟେ କରିବା। 

ଆଦାମ, ଇଭ ପରି ନିଷିଦ୍ଧ ଫଳ ଖାଇ, 

ଅମର ହୋଇଯିବା। 

ହୁଏତ ମୁଁ ରହିବି ମ୍ଲାନମୟୀ ତପସ୍ୱୀନୀ, 

ପଙ୍କଜିନୀ ସାଜି।

ତମେ ଥିବ, ଆକାଶରେ, 

ନିର୍ବାସିତ ସୂର୍ଯ୍ୟ ଭଳି ଜ୍ବଳନରେ ଭିଜି ଭିଜି

ତା'ପରେ 'ତମର' ଓ ମୋର ଅବୋଧ ସଂପର୍କ, ହୋଇଯିବ ଧିରେ ଧିରେ ଝାପସା। 

ତମ, ମୋ ମଧୁର ଆଳାପ ବିଳାପ, 

ଅବୁଝା ସଂଳାପ ପାଲଟିବ ଶୀତୁଆ ତମ୍ରିସା, 

ତଥାପି, ଅନେକ ଯାତନା ପରେ କ୍ଲାନ୍ତ , 

ଆଖି ଖୋଲି ଦୁହେଁ ଦୁହିଁଙ୍କୁ ଚାହିଁବା। 

ପୁଣି ଆଉ ଥରେ, ଏ ମାଟିକୁ ଫେରିବା। 

ପ୍ରେମ ଭଲପାଇବାର ମୁରୁଜ ବୁଣି, 

ମାଟିରେ, ସପନର ସୁନ୍ଦର ଘରଟେ ଗଢିବା

ସଂପର୍କର ଅନ୍ତସ୍ବର ଭୂଲି କି ପାରିବା? 

  

            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama