STORYMIRROR

Sudhakar Patro

Abstract

3  

Sudhakar Patro

Abstract

ମୁରୁଖ ବାପା ର ପାଠୁଆ ପୁଅ

ମୁରୁଖ ବାପା ର ପାଠୁଆ ପୁଅ

1 min
11.8K

ଗୋଟିଏ ପରେ ଗୋଟିଏ 

ଗାଡ଼ି ପରେ ଗାଡ଼ି 

ଆସୁଛି ଯାଉଛି

କିନ୍ତୁ

ବାଟୋଇ ଜଣକ

ପଚାରିଲେ କହୁଛି

କ'ଣ ନା ଅପେକ୍ଷା କରିଛି  ।

ନିତି

ଏ ଦୃଶ୍ୟ ଦେଖି ପଚାରିଲି

ମଉସା ! 

ସତ କହିବ କି

ତମର କ'ଣ ହେଇଚି ?

ଗାଁ କୁ ଫେରିବକି 

ସବୁ ବ୍ୟବସ୍ଥା କରିଦେବି

ବୋଉ ରାଣ , ସତ କହୁଚି ।

ଗାଁ ?

ଘର ଦୁଆର

ଜମିବାଡ଼ି ଥିଲା ବୋଲି

ଗାଁ ସିନା ଥିଲା , 

କିନ୍ତୁ ସବୁ ସାରିଦେଲି

ମହତ୍ କର୍ମ ଭାବିଥିଲି

ପୁଅ ପଢ଼ା ରେ ଖର୍ଚ୍ଚ

କରି ଦେଇଛି 

ପୁଅ

କହୁଥିଲା 

ବହୁତ ବଡ଼ କମ୍ପାନୀ ରେ

ମୋଟା ଅଙ୍କର ଦରମା ପାଉଛି

ସହର ରେ

ଘର କିଣିବାପାଇଁ

ଘର ବିକ୍ରି ଟଙ୍କା ଧରିଛି

ଆଉ 

ଏଇଠି ବସେଇ ଯାଇଛି

ମୁଁ ତା ଅପେକ୍ଷାରେ ରହିଛି ।

ମା ରାଣ ,ପୁରା ସତ କଥା କହିଚି ।


Rate this content
Log in

Similar oriya poem from Abstract