ସମୟ
ସମୟ
1 min
22.7K
ଅଯାତିତ ଭାବେ
ଆସେ , ଫେରିଯାଏ
ପଲକ ଠାରୁ ଚଞ୍ଚଳ ।
କେତେବେଳେ ଆଶା
କେବେ ତ ନିରାଶା
ଦୁଃଖ ସୁଖ ବା ବ୍ୟାକୁଳ ।।
ମଧୁର ମିଳନ
ଦୁର୍ଦ୍ଦଶା ଦାରୁଣ
ଜନମ ଆଉ ମରଣ ।
ଗ୍ରୀଷ୍ମ ପରେ ବର୍ଷା
ଶରତ ହେମନ୍ତ
ଶୀତ ବସନ୍ତ ପ୍ରମାଣ ।।
ସତ୍ୟ ପରେ ତ୍ରେତା
ଦ୍ଵାପର ଓ କଳି
ତୋ ବଳେ ଯାଆନ୍ତି ଚାଲି ।
ଧନ କି ସମ୍ପଦ
ଯଉବନ ମଦ
ଅହଂକାର ଯାଏ ଟଳି ।।
ସମୟ ଆଗରେ
ସର୍ବେ ଟଳି ଯାନ୍ତି
ନାହିଁ ଶକତି କାହାର ।
ଜନମ ମାତ୍ରକେ
ନିଶ୍ଚୟ ମରଣ
ହୋଇଥାନ୍ତୁ ଅବତାର ।।
ସମୟ ର ଯିଏ
ସୁଯୋଗ ନେଇଛି
ସିଏ ବଡ଼ ଭାଗ୍ୟବାନ ।
ଯୁଗେ ଯୁଗେ ତାକୁ
ଯଶ ଦେଇଛନ୍ତି
କୃପାସିନ୍ଧୁ ଭଗବାନ ।।
