ପ୍ରଜାପତି ଓ ସାଇକେଲ
ପ୍ରଜାପତି ଓ ସାଇକେଲ
ଦିନେ ପ୍ରଜାପତି
ଦୁଇ ଡେଣା ଝାଡି
ବସିଲା ସାଇକେଲ ପରେ
ଅତି ଆଦରରେ
ସାଇକେଲ ପଚାରେ
ବସିଲୁ କେଉଁ ଭାବରେ
ତୁମର ମୋହର
ଜନ୍ମ କର୍ମ ଏକା
ଶୁଣ ମନ ଧ୍ୟାନ ଦେଇ
ଆମ ଦୁହିଁଙ୍କ ର
ଜନମ ବୃତ୍ତାନ୍ତ
କହୁଛି ମର୍ମ ବୁଝାଇ
ଲୌହ ଯନ୍ତ୍ରାଂଶ ଓ
ଟିଉବ ଟାୟାର
ଚମଡ଼ା ସିଟ୍ ଓ ରଙ୍ଗ
ଗୋଟି ଗୋଟି କରି
ସବୁ ଯୋଡ଼ି ହୋଇ
ତୁମେ ତ ହୁଅ ପୂର୍ଣ୍ଣାଙ୍ଗ
ପ୍ରଥମେ ମୁଁ ଡିମ୍ବ
ଦ୍ଵିତୀୟ ରେ ଲାର୍ଭା
ପ୍ୟୁପା ପରେ ପ୍ରଜାପତି
ଚକରେ ପବନ
ବସନ୍ତ ପବନ
ଆମ ଦୁହିଁଙ୍କ ର ଗତି
ଫୁଲରୁ ଫୁଲକୁ
ପରାଗ ରେଣୁ କୁ
ପ୍ରବାହିତେ ଫଳେ ଫଳ
ଭରଣ ପୋଷଣ
ସଦା କରିଥାନ୍ତି
ଜୀବ ଜଗତ ସକଳ
ତୁମେ ବୋହି ନିଅ
ସେ ଫଳ ସକଳ
ଜନେ ବିତରଣ ପାଇଁ
କର୍ମ କରି ଚାଲ
ଅହର୍ନିଶି ତୁମେ
ତିଳେ ସ୍ଵାର୍ଥ ତୁମ ନାହିଁ
ନୀତି ଦୁହିଁଙ୍କ ର
ପର ଉପକାର
ପ୍ରଦ୍ୟୁଷଣ ମୁକ୍ତ ପାଇଁ
ଏଣୁ ଆସିଥିଲି
ତୁମରି ଦୁଆରେ
ଜଗତ କଲ୍ୟାଣ ନେଇ
ବନ୍ଧୁ ପଣ ଭାବ ନେଇ