The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sudhakar Patro

Abstract Inspirational

3  

Sudhakar Patro

Abstract Inspirational

କଳ୍କୀ କରୋନା

କଳ୍କୀ କରୋନା

1 min
12.1K



କରୋନା କରୋନା କରୋନା

ତୁମ ଗୁମର କଥାଟି ଆମକୁ ଜଣା ।। 0।।


ହ୍ୟାଣ୍ଡ ସ୍ୟାକ କଲେ ହାତରେ ପ୍ରବେଶୁ

ନାକ,କାନ , ଆଖି , ମୁହଁ ବାଟେ ପସୁ ।

ଲୋପ କରି ଦେଉ ତା'ର ଠିକଣା  ।।

କରୋନା....


ଗଣ୍ଡ ଚୁମ୍ବନ ରେ, କୋଳ କରିବାରେ

ଆମ ସଂସ୍କୃତି ଟା ରହେ ବହୁଦୂରେ

ନମସ୍କାର କରୁ ଦୂରରୁ ସିନା     ।।

କରୋନା....


ଡିଓ ବା ଅତର ତୁଚ୍ଛ ପ୍ରଲେପନ

ଆମ ସଂସ୍କୃତି ରେ କସ୍ତୁରୀ ଚନ୍ଦନ

ଆମକୁ ଆଉ ତୁ ବେଶୀ ଡରା ନା ।।

କରୋନା.....


ଦ୍ଵାରେ ପାଦ ଧୋଇ ଗୃହେ ଆଗମନ

ହାତ ପାଦ ଧୋଇ ସର୍ବଦା ଭୋଜନ

ଅପରିଷ୍କାର ହାତେ ଖାଇବା ମନା  ।।

କରୋନା.....


ପାଉଁଶ ଆମର ଗରିବ ର ସାଥୀ

ଲୁଗା ସଫା କରେ , ହାତ ଧୁଏ ନିତି

ଆମରି ସଂସ୍କୃତି ଆମ ଗହଣା  ।।

କରୋନା....


ଗାମୁଛା ବା ଟିସୁ କାଗଜେ ଛିଙ୍କିବା

ସମାଜ ଶୃଙ୍ଖଳା ବଜାୟ ରଖିବା

ସଂକ୍ରମିତ ପାଖେ ରହିବା ମନା  ।।

କରୋନା ......


ସାକାହାର ଖାଦ୍ୟ ପେୟ ତ ଆମର

ସୁସ୍ଥ ପରିବେଶେ ରହୁ ନିରନ୍ତର

ଏଣୁ ଭାରତ କୁ ଆଉ ଆସନା ।।

କରୋନା.....


ଇଟାଲୀ, ଚାଇନା,ୟୁଏସ , ସ୍ପେନ

ଫ୍ରାନ୍ସ ,ୟୁକେ , ଜର୍ମାନୀ,ଇରାନ

ଭୋଗେ ମହାମାରୀ ଦୁଃଖ ଯନ୍ତ୍ରଣା ।।

କରୋନା.....


ସରକାରୀ ନୀତି ସଦା ମାନିବା

ଘରେ କାମ , ପ୍ରାଣାୟମ କରିବା

ଗୁଜବ କରିବା ସଭିଙ୍କୁ ମନା  ।।

କରୋନା.....


Rate this content
Log in

More oriya poem from Sudhakar Patro

Similar oriya poem from Abstract