ପଲ୍ଲୀ ର ଦୁର୍ଗତି
ପଲ୍ଲୀ ର ଦୁର୍ଗତି
1 min
23K
ମହାନଗରରୁ
ବଡ଼ ବେତନିଆ
ଭାଇକୁ ଲେଖିଲା ଚିଠି ।
ସହର ତ ଏବେ
ଜହର ହେଲାଣି
ରହି ପାରୁ ନାହିଁ ଏଠି ।।
ନଈ କୂଳେ ଥିବା
ଆମ ବଗିଚାରେ
ତୋଳିଦେବୁ ଖଣ୍ଡେ ଘର ।
ତଟୀୟ ପବନ
ଶାନ୍ତ ଉପବନ
ପରିବେଶ ସୁଖକର ।।
ରଖି ପାରୁନାହିଁ
କଥାକୁ ତୁମର
ଜ୍ୟେଷ୍ଠ ହେ ! ବିଚାର କର ।
ନଈ ପଠା ସାରା
ଢମ୍ପୟାର୍ଡ ଏବେ
କରିଛନ୍ତି ସରକାର ।।
ନିତି ନେତା ମନ୍ତ୍ରୀ
ଖାଲି ପ୍ରତିଶ୍ରୁତି
ହେଉନାହିଁ ପ୍ରତିକାର ।
ସ୍ଵଦେଶୀ କୌଶଳେ
ସୁସ୍ଥ ସ୍ଥିତି ପାଇଁ
କର ଦୃଢ଼ ପ୍ରତିକାର ।।
ବିଜ୍ଞାନ ,କଲମ
ଉଭୟ କ୍ଷେତ୍ରରେ
ହେଲେ ସିନା କର୍ମବୀର ।
ଦୁର୍ନୀତି ହଟିଵ
ପ୍ରକୃତି ହସିବ
ଗଢ଼ିବା ପର୍ଣ୍ଣ କୁଟୀର ।।
ଶାନ୍ତ ସରସ ସୁନ୍ଦର ।।
