STORYMIRROR

Sudhakar Patro

Inspirational

3  

Sudhakar Patro

Inspirational

ପାଠାଗାର

ପାଠାଗାର

1 min
11.6K

*****. ପାଠାଗାର  *****, prompt - 20


 

      ସୁଧାକର ପାତ୍ର


ଧନ୍ୟ ତୁମେ ଶ୍ରୁତି 


ରଖୁ ଥିଲ ସବୁ ଜ୍ଞାନ

ମସ୍ତିଷ୍କ ମଧ୍ୟରେ

ଗୁରୁ ଙ୍କ ଉପଦେଶ କ୍ରମେ

ନିତ୍ୟ ପ୍ରାତଃ ରେ

ବ୍ରହ୍ମ ମୁହୁର୍ତ୍ତ ରେ

ଅଭ୍ୟାସ ତଥା କଣ୍ଠସ୍ଥ

କରିବା ଥିଲା ନିଶ୍ଚିତ

ପ୍ରତିଦିନ କିଛି ନୂଆ

ଯୋଡ଼ି ହୋଇ ଯାଉଥିଲା

ବିନ୍ଦୁ ଟିଏ ବି ଭୁଲିଗଲେ

ଅର୍ଥ ମଧ୍ୟ ବଦଳିଯାଏ

ଧନ୍ୟ ଧନ୍ୟ ହେ ବିଜ୍ଞାନୀ

ଭୂଜପତ୍ର ଦେଲ ଆଣି

ତତ୍ପରେ ତାଳପତ୍ରରେ

କାଗଜ କଲମ ରେ

ଲାଗିଲା ପରୋପକାର ରେ

ପୁସ୍ତକ ଆଳୟ ରେ

ଆହୁରି ସହଜ ସାଧ୍ୟ ହେଲା

ନେଟ ରେ , ମୋବାଇଲ ରେ

ପଲକରେ ଉପକାର କରେ

ଅଳସୁଆ କରିଦେଲ

ଅପର ପକ୍ଷରେ

ଶ୍ରୁତି ଆଉ ପାଠାଗାର

ସମ କର୍ମ ଦୁହିଁଙ୍କ ର

ଜଣେ ମସ୍ତିଷ୍କ ମଧ୍ୟରେ

ଅପର ବଦ୍ଧ କୋଠରୀରେ

ସ୍ଥାଣୂ ପାଲଟି ଯାଇଛି

ବିଜ୍ଞାନ ଆଜି ଦମ୍ଭରେ    

ପୁସ୍ତକସ୍ଥା ତୁୟା ବିଦ୍ୟା

ପର ହସ୍ତ ଗତଂ ଧନ

ଆବଶ୍ୟକେ ନ ମିଳନ୍ତି

ଉଭୟେ ତକ୍ଷଣ    ।।


Rate this content
Log in

Similar oriya poem from Inspirational