STORYMIRROR

Sudhakar Patro

Tragedy

3  

Sudhakar Patro

Tragedy

ମଣିଷ ଜୀବନ ସତରଞ୍ଜ ସମ

ମଣିଷ ଜୀବନ ସତରଞ୍ଜ ସମ

1 min
11.7K

,**** ମଣିଷ ଜୀବନ ସତରଞ୍ଜ ସମ  ****

Prompt .27


        ସୁଧାକର ପାତ୍ର


ମଣିଷ ଜୀବନ ଆହାଃ

ସତରଞ୍ଜ ସମ

ଖେଳ ଆଉ ଜୀବ କାଳ

ନୁହେଁ ଭିନ୍ନାଭିନ୍ନ     ।।

ମଣିଷ ଜୀବନ....….


ରାଜା ସୁରକ୍ଷା ରେ ମନ୍ତ୍ରୀ

ସେନାଧ୍ୟକ୍ଷ ଗଣ

ସବୁ ଠାରୁ ଆଗେ କିନ୍ତୁ

ସେନା ସାଧାରଣ     ।।

ମଣିଷ ଜୀବନ.......


କରୋନା ସହ ସଂଗ୍ରାମେ

ଜନ ସାଧାରଣ

ଗରିବ, ଶ୍ରମିକ କିନ୍ତୁ

ସାଧାରଣ ସୈନ୍ୟ     ।।

ମଣିଷ ଜୀବନ ......


ନେତା , ମନ୍ତ୍ରୀ , ଧନୀ , ଯନ୍ତ୍ରୀ

ରକ୍ଷଣାବେକ୍ଷଣ

ଚିନ୍ତା ନାହିଁ , ଭୋଗେ ସଦା

ଶ୍ରମିକ କଷଣ        ।।

ମଣିଷ ଜୀବନ.......


ନାହିଁ ଛାତ , ଅନ୍ନ , ବସ୍ତ୍ର

ଯାନ ବା ବାହାନ

ବୋଝ ଉପରେ ସନ୍ତାନ

ଦୂର ସୀମା ହୀନ      ।।   

ମଣିଷ ଜୀବନ......


କରୋନା ହେଉ ଅଥବା

ହେଉ ରଣାଙ୍ଗନ

ପ୍ରତି କ୍ଷେତ୍ରେ କ୍ଷତିଗ୍ରସ୍ତ

ଶ୍ରମିକ - ସଈନ      ।।

ମଣିଷ ଜୀବନ .....


Rate this content
Log in

Similar oriya poem from Tragedy