Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhakar Patro

Others

4  

Sudhakar Patro

Others

ବିନ୍ଦୁ

ବିନ୍ଦୁ

1 min
24.4K



ସିନ୍ଧୁ ପଚାରିଲା ବିନ୍ଦୁ କୁ 

ତୋର ଔକାତ କେତେ  ?

ବିନ୍ଦୁ ପାଇଁ ସିନା ସିନ୍ଧୁ ତୋ ସ୍ଥିତି

ଚିହ୍ନି ପାରିଲୁନି ମୋତେ  ।।


ବିନ୍ଦୁ କହେ ଶୁଣ ରୂପ ମୋ ଅନେକ

ବୁଝାଇ କହୁଛି ତୋତେ ।

ସାହିତ୍ୟ, ଗଣିତ , ଜ୍ୟାମିତି , ସଂସ୍କୃତି

ଗାଲେ - ଭାଲେ ରଙ୍ଗ କେତେ ।।


ବର୍ଗ୍ୟ ନାସିକ୍ୟ ର ପରେ ବର୍ଗ ଥିଲେ

ମୋର ରୂପ ଯୁକ୍ତି ଯୁକ୍ତେ  ।

ଆହୁରି ଅନେକ ରୂପ ମୋର ଅଛି

ବୁଝାଇ କହିବି କେତେ   ।।


ଗଣନ ସଂଖ୍ୟାର ପରେ ଯୋଡ଼ି ଦେଲେ

ଦଶମିକ କହ ମୋତେ    ।

ତିନି ଶ ଷାଠିଏ ଡିଗ୍ରୀ ହୁଏ ମୁଁ

ଜ୍ୟାମିତି ଗଣନା ମତେ    ।।


ବିଭିନ୍ନ ରଙ୍ଗରେ , ନାରୀ କପାଳରେ

ସଧବା ବିଧବା ମତେ    ।

କିଏ ଆଙ୍କେ ତା'ର ଚିକ୍କଣ ଗିଲରେ

ସୁନ୍ଦରୀ ହେବ ପରତେ   ।।


ॐକାର ବିନ୍ଦୁ ରୁ ଜାତ ଏ ଜଗତ

କେତେ ବୁଝାଇବି ସତେ  ।

ଛୋଟ ଙ୍କ ଆଦର କରିବା ଫଳରେ

ଶ୍ରେଷ୍ଠ ହେବ ପ୍ରତି ଶତେ  ।।



   


Rate this content
Log in