ମୁଁକାର ରୁ ଓଁକାର
ମୁଁକାର ରୁ ଓଁକାର


ହେ ସୁମନ ,କର ଧ୍ୟାନ ନିରାକାର
ଅଖିଳ ବ୍ରହ୍ମାଣ୍ଡ ଯା'ର ଚରାଚର
ପ୍ରଣମେ ସେ ବିଧାତାରେ ହେ
ହେ ପୁରୁଷାର୍ଥ ଆନନ୍ଦ କାରକ
ସର୍ବ ଗୁଣଗ୍ରାହୀ ଆତ୍ମା ନିୟାନ୍ତକ
ବ୍ରହ୍ମଜ୍ୟୋତି ଅନ୍ଧକାରେ ହେ ।
ହେ ପରମଜ୍ଞାନୀ ମହାଗୁରୁ ଦେବ,
ଅନାଦି ଅଣାକାର ହେ ବଇଷ୍ନବ
ନିତ୍ୟ ସତ୍ତା ଚିରନ୍ତନ ହେ
ନମାମି ନମାମି ହେ ପରମେଶ୍ବର
ହେ ସକଳ ନାଥ ଉଦ୍ଧାର କର
ପତିତ ମୁଁ ବୁଦ୍ଧିହୀନ ହେ ।
ଅନାଦି ଅନନ୍ତ ପଥପ୍ରଦର୍ଶକ
ପତିତପାବନ ପ୍ରଭୂ ଜଗନ୍ନାଥ
ଦାରୁବ୍ରହ୍ମ ଭାବଗ୍ରାହୀ ହେ
ଆସ ଆସ ଦୀନନାଥ ଅବତରୀ
ଭକ୍ତ ପ୍ରାଣବନ୍ଧୁ ଶ୍ରୀକୃଷ୍ଣ ମୁରାରୀ
କରେ ଗୁହାରୀ ପ୍ରଭୂ ହେ ।
ସର୍ବ ଦେହ ଦେହୀ ପ୍ରଭୂ ଭାବଗ୍ରାହୀ
ଫୁଲର ମହକେ ଜଳ ସ୍ରୋତେ ତୁହି
ମାତୃ କରୁଣା ହୋଇ ହେ
ଅନ୍ନେ ଶୌର୍ଯ୍ୟ ଜ୍ଞାନେ ବେଦ ପରମାତ୍ମା
ଧମନୀର ଲହୁ ତୁମେ ହିଁ ଜୀବାତ୍ମା
ମୁଁକାରରୁ ଓଁକାର ହୋଇ ହେ ।
ତୁମେ ପିତାମାତା ଜଗତ ବିଧାତା
ଅଦୃଶ୍ୟର ଦୃଶ୍ୟ ପରମ କରତା
ଧରା ପୃଷ୍ଠେ ଆସି ହେ
ଅକିଞ୍ଚନେ ଦୟା ଆହେ ସର୍ବନାହା
ଶରଣ ଗଲି ଭବତାରଣ ସାହା -
ହୁଅ ମୁଢ଼ , ପାପ ବିନାଶି ହେ ।