STORYMIRROR

Prashantam Bapu

Abstract Inspirational

4  

Prashantam Bapu

Abstract Inspirational

" ମୁଁ "

" ମୁଁ "

1 min
239


ଏ ବିରାଟ ଶୁନ୍ୟ ଘରଟିରେ

" ମୁଁ " ବୋଲି କେହି ନାହିଁ 

" ମୁଁ " ବୋଲି କେହି ନାହିଁ 

ଏ ଅନୁଭବଟି କାହାର ?

ଏକ ତରଙ୍ଗ ଯାହାର କେନ୍ଦ୍ରଟିଏ ନାହିଁ 

ତା' ସୃଷ୍ଟିର କୌଣସି ନିର୍ଦ୍ଧିଷ୍ଟ କାରଣ ନାହିଁ 

କେନ୍ଦ୍ରକୁ ବା କାରଣକୁ ଖୋଜିଲେ ମିଳେ " ମୁଁ " 

ଏ ସବୁ... "ମୁଁ" ଠାରୁ ସୃଷ୍ଟ 

" ମୁଁ " ଠାରେ ହିଁ ବିଲୟ

" ମୁଁ " ହିଁ ସୃଷ୍ଟିକର୍ତ୍ତା ପାଳକ ଆଉ ବିନାଶକାରୀ  

ମୋ ହିସାବରେ ଚାଲ ମୋ ଦାସତ୍ୱ ସ୍ୱୀକାର କର

" ମାମେକଂ ଶରଣମ୍ ବ୍ରଜ " 

ନଚେତ୍ ତୁମେ ଭ୍ରଷ୍ଟ ପାପୀ ଦୁରାଚାରୀ ହେବ 

ତୁମର ଉଦ୍ଧାର କରିବାକୁ ତୁମର ବିନାଶ କରିବାକୁ 

ଏ ଧରାପୃଷ୍ଠକୁ " ମୁଁ " ଅବତାର ନେଇ ଆସିଛି 

ମୋ ଦାସତ୍ୱ ସ୍ୱୀକାର କଲେ 

"ମୁଁ" ତୁମକୁ ବୈକୁଣ୍ଠର ପାସପୋର୍ଟ ଭିସା

ପରମାନେଣ୍ଟ୍ ରେସିଡେନ୍ସି ବି ଦେବି 

ଅସରନ୍ତି ସ୍ବର୍ଗ ସୁଖ ଦେବି 

ଦେବତ୍ୱ ଅମରତ୍ୱ ଚାହିଁଲେ 

ମୋହିନୀ ସାଜି ଆଞ୍ଜୁଳାରେ ତୁମର 

ଅଇଁଠା ବଳକା ଅମୃତ ଢ଼ାଳିଦେବି

ଅନନ୍ତ କାଳ ଯାଏଁ ଭୋଗ କରିବାକୁ 

ଚିର କୁଆଁରୀ ଷୋଳ ବୟସୀ 

ସୁନ୍ଦରୀ ଅପ୍ସରା ଯୋଗାଇ ଦେବି  

ଆଉ ଯଦି ମୋତେ କି ମୋର ଦଲାଲ୍ ମାନଙ୍କୁ 

ଅବମାନନା କର ତେବେ ମହାନର୍କ ମହାଭିଚି ରେ 

ଡବଡବ ହୋଇ ଫୁଟୁଥିବା 

ତେଲ କଡ଼େଇରେ ପକେଇ 

ତୁମକୁ ଜିଅନ୍ତା ଗୋଟା ଛାଣିବି !

" ମୁଁ " ହିଁ ତୁମ ଭଗବାନ 

ଏକମାତ୍ର ଧର୍ମ ଆଉ ଧର୍ମଶାସ୍ତ୍ର ।

 


Rate this content
Log in

Similar oriya poem from Abstract