ମୁଁ ତୁମର କବି, ତୁମେ ମୋ" କବିତା
ମୁଁ ତୁମର କବି, ତୁମେ ମୋ" କବିତା
ମୁଁ ଯାହାକୁ ଭଲ ପାଉଛି
ସିଏ ଭଲ ଭାବେ ଜାଣିଛି
ହେଲେ ସିଏ ମୋତେ
ଭଲ ପାଉଛି କି ନlହିଁ
ମୁଁ ଜମାରୁ ଜାଣିନି :
ତାର ପଛରେ ଧାଇଁ ଧାଇଁ
ଯେତେ ଟଙ୍କା ପଇସା ସରି
ନୟାନ୍ତ ମୁଁ ହୋଇଗଲିଣି
ହେଲେ ତା ଭିତିରି କଥା
ମୁଁ ଜମାରୁ ଜାଣି ପାରୁନି
ତା ' ବିଷୟରେ ମୁଁ ରାତିଦିନ ବସି
ଅନେକ ପ୍ରେମ ଚିଠି ଲେଖେ
ହେଲେ ତାକୁ ମୁଁ ଦେଇପାରେ ନାହିଁ
କେତେବେକେ ତାକୁ ମୁଁ
ପ୍ରେମିକା ରୂପରେ ନେଇ ଅନେକ
ରୋମାଣ୍ଟିକ କବିତା ଲେଖିଛି ତ
ଆଉ କେତେବେଳେ ଆଧୁନିକରୁ
ଅତ୍ୟାଧୁନିକର ବିଭିନ୍ନ ଶୈଳୀରେ
ଉପସ୍ଥାପନା କରି ଲେଖେ
ହନୁମାନଙ୍କ ହୃଦୟରେ
ଶ୍ରୀରାମଚନ୍ଦ୍ର ବିରାଜମାନ କଲା ପରି
ମୋ ହୃଦୟରେ ସିଏ
ବିଦ୍ୟମାନ କରିଛି ସେପରି
ତା ବିନା ମୋ ଜୀବନର
ମାନେ କିଛି ନାହିଁ
ତାକୁ ସାହିତ୍ୟ ସମାଜରେ
ପ୍ରତିଷ୍ଠିତ ମୁଁ କରାଇ
ପ୍ରଚାର ଓ ପ୍ରସାର ପାଇଁ
ମୁଁ ଅନେକ ସାହିତ୍ୟ ସଂସଦ
ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ
ତା ଯୋଗୁଁ ମୁଁ ଆଜି ଅନେକ
ଅନୁଷ୍ଠାନରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ
ତାକୁ ମୁଁ ମରିଗଲା ପର୍ଯ୍ୟନ୍ତ
କେବେ ବି ଛାଡିପାରିବି ନାହିଁ l
ଜଳ ବିନା ମୀନ ଯେପରି
ତା ବିନା ମୁଁ ସେପରି
ଜୀବନର ଶେଷ ରକ୍ତ ବିନ୍ଦୁ
ଥିବା ଯାଏଁ ମୁଁ ତାକୁ ଭଲ
ପାଉଛି ଆଉ ପାଉଥିବି ମଧ୍ୟ
କାହିଁକି ନା, ମୁଁ ତା ' ପାଇଁ କବି
ଆଉ ସେ ମୋ ପାଇଁ
ପ୍ରେମ ସୁହାଗିନୀ 'କବିତା'