STORYMIRROR

Sabita Nayak

Romance

4  

Sabita Nayak

Romance

ମୁଁ ତ ନିର୍ଜୀବ ବସ୍ତୁଟିଏ

ମୁଁ ତ ନିର୍ଜୀବ ବସ୍ତୁଟିଏ

1 min
253

ଆଗରେ ଆଖି ନ ପାଉଥିବା ରାସ୍ତା

ଏବେଠାରୁ କ'ଣ ମନ ଥକିଯାଉଛୁ?

କେବେ ଖାଲଢିପ

କେବେ ସମତଳ।

କେବେ ଝୁଣ୍ଟିପଡିବାକୁ ହେବ

ଛଳନାର ଘାଇ ଭିତରେ।

କେବେ ପ୍ରେମଭାବି ଛୁଇଁଲା ବେଳକୁ

ମନ ଜଳିଯିବ 

ଧୋକା କଣ୍ଟାରେ।

ତଥାପି ମନ ତୁ ପଡନା ଭାଙ୍ଗି

ଶୀତ ଆସିବ

ନିଦାଘ ଆସିବ

ଶ୍ରାବଣ ଆସିବ

ବସନ୍ତ ଆସିବ।

ସମସ୍ତେ ସ୍ବପ୍ନ ଦେଖାଇବେ

ପ୍ରେମ ପ୍ରଣୟର ରଙ୍ଗ ଭରିଦେବାକୁ

ହଜାର ପ୍ରତିଶ୍ରୁତି ଦେବେ

ଆହା!ବିଚରା ସେମାନେ

ସ୍ବପ୍ନ ତାଙ୍କର

ପ୍ରେମ ତାଙ୍କର

ଧୋକା ତାଙ୍କର

ପ୍ରତାରଣା ତାଙ୍କର

ମୁଁ ତ ନିର୍ଜିବ ବସ୍ତୁଟିଏ

ଜୀବନ୍ତ ପ୍ରତିମା ଭିତରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance