ମୁଁ ସମୟ
ମୁଁ ସମୟ
ମରଣ ଡାକୁଛି ହାତଠାରି ମୋତେ
ବଞ୍ଚିବାକୁ ଇଚ୍ଛା ହେଉଛି,
ସମୟ କହୁଛି ବେଳ ଗଡ଼ିଲାଣି
ଆୟୁଷ ତୋ ସରି ଯାଉଛି ll
ବଞ୍ଚିବାକୁ ଇଚ୍ଛା ସାରା ଜୀବନଟା
ବାର୍ଦ୍ଧକ୍ୟ ଇସାରା ଦେଉଛି,
ଅଧାବାକି କର୍ମ ପୁରା କରିବାକୁ
ଘଣ୍ଟାର କଣ୍ଟା ତ ବାଜୁଛି ll
ପିଲାଦିନ ସ୍ମୃତି ମନେପଡୁଅଛି
ଆନନ୍ଦେ ଅଧିର ହେଉଛି,
ଯୌବନଟା ଯାଇ ପ୍ରୋଢ ଆସିଲାଣି
ଏଇତ ସମୟ କହୁଛି ll
ଅଢେଇ ଦିନରେ ଅନେକ ସପନ
ଆଖିରେ ଅଧା ତ ରହିଛି,
ପୂରା ସପନକୁ ରାତି ନାହିଁ ଆଉ
ରାତି ପାହି ଦିବା ହେଉଛି ll
ରାତି ଅଳପକୁ ସପନ ଅଧିକ
ଏଇ କଥା ମନେ ହେଜୁଛି,
ପୂରା କରିବାକୁ ସପନ ଅଧାକୁ
ବେଳ ଗଡି ଗଡି ଯାଉଛି ll
ଚକା ଚକା ଆଖି ମେଲି କରି ଜଗା
ଶ୍ରୀମନ୍ଦିରେ ସେତ ବସିଛି,
ଟିକେ ବଞ୍ଚିବାକୁ ନେହୁରା ହେଉଛି
ଚକା ଆଖିରେ ସେ ଦେଖୁଛି ll
ସମୟ ତ ବଳବାନ ଏଠି
ମୂଲ୍ୟ ତାର କିଏ ବୁଝିଛି,
ଏକା ସାହା ସିନା କାଳିଆ ସାଆନ୍ତ
ହୃଦ ମନ୍ଦିରେ ସେତ ବସିଛି ll
