STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ମୁଁ ପରା କିଞ୍ଚିତ ମାତ୍ର

ମୁଁ ପରା କିଞ୍ଚିତ ମାତ୍ର

1 min
323


କେଉଁ ଭକ୍ତ ପାଇଁ 

ବଡଦାଣ୍ଡେ ରଥ ଅଟକାଇ ଦେଲ ଅବା,

ଅବା କେଉଁ ଛଳେ 

ଭକତ ଗହଳେ ଲଗାଇବା ପାଇଁ ଲୀଳା;


ମନ ବୁଝୁନିକି 

ଭକତଙ୍କୁ ଦେଖି ରଥୁ ଓହ୍ଲାଇବା ପାଇଁ,

କେଉଁ ଦୂର ଦେଶୁ 

ଭକତ ଆସୁଛି ରହିଲ ତାହାକୁ ଚାହିଁ;


ଶରଧା ବାଲିରେ ତାଳଧ୍ଵଜ ହେଲା ଯାଇ

ଅଧା ବାଟଟାରେ   ଅଟକି ରହିଲ

କିପାଇଁ ଜଗତ ସାଇଁ

କାହାକୁ ଦେଖିବା ପାଇଁ ।।


ଅପାର ଅନନ୍ତ 

ହେ ବିଶ୍ଵ ବ୍ରହ୍ମାଣ୍ଡ ଅନ୍ତର୍ଯ୍ୟମୀ ଆଦିକନ୍ଦ,

ଭକ୍ତି ଭାବନାରେ 

ମୋମନ ଭିତରେ ଲାଗିଛି ଅନେକ ଦ୍ଵନ୍ଦ;


ସହସ୍ର ସେବକ ରଥ 

ଉପରେ ହେ ରଥ ହୁଏ ଟଳମଳ,

ଦଇତା ସେବକ 

ଗହଳ ରଥରେ ହୋଇଲେଣି ବିଶୃଙ୍ଖଳ;


ଭାରି ହେଲା ରଥ ସେବକ ହୋଇଲେ କାଳ

କହନ୍ତି ଭକତ    ହୋଇଣ ଆଶାନ୍ତ

ଦେଖା ନଯାନ୍ତି ଠାକୁର

ଦିଶେ ପଣ୍ଡା ମୁଣ୍ଡ ମାଳ ।।


ଦୋଷ ଲୁଚାଇବା 

ବାହାନା ଅନେକ ଅବା ହୋଇପାରେ ସତ,

ସଚରାଚର ଚରଣ

ରେଣୁ ଯାର କିଅବା ଲେଖିବି ଗୀତ;


ଭକତ ମେଳରେ 

ଶ୍ରୀବଡ ଦାଣ୍ଡରେ ସାରା ରାତି ଅନାହତ,

ଭଜନ କୀର୍ତ୍ତନ 

ଜନ ସମାଗମ ମନ ହୁଅଇ ପବିତ୍ର;


କେତେ ଲୀଳା ପରା କର ଅବା ବିଶ୍ଵନାଥ  

ସର୍ବେ ଅଗୋଚର ବିଶ୍ଵ ବ୍ରହ୍ମାଣ୍ଡର 

କେତେ ମିଛ କେତେ ସତ

ମୁଁ ପରା କିଞ୍ଚିତ ମାତ୍ର ।।


Rate this content
Log in

Similar oriya poem from Fantasy