STORYMIRROR

Prafulla Kumar Tripathy

Tragedy

3  

Prafulla Kumar Tripathy

Tragedy

ମୁଁ ପିଇଛି

ମୁଁ ପିଇଛି

1 min
311


ମୁଁ ପିଇଛି !

ଗୋଟେ କି ଦୁଇପେଗ ନୁହେଁ

ପୁରା ରମ୍ ଗୋଟେ ବୋତଲ ।

ଏ ସମୟରେ ତୁମେ ମୋତେ କିଛି କହିବନି

ତୁମେ ସେହି ସ୍ନେହବୋଳା ବାହୁରେ

ମୋତେ ଆଲିଙ୍ଗନ କରିନିଅ ।

ମୋତେ କିଛି ଲେଖିବାକୁ ଦିଅ

ମୋ ପୁରୁଣା ଦିନର ଇତିହାସ ।

ମୁଁ ଆଜି ତୁମ ପାଖରେ ଅସହାୟ

ନିହାତି କ୍ଲାନ୍ତି ଅନୁଭବ କରୁଛି ।

ବହୁଦିନ ହେଲା ଛନ୍ଦି ହୋଇ ପଡିଛି

ତୁମ ପ୍ରେମ ଫାଶରେ ।

ମୋ ବଂଚିବାର ନିଶାନ୍ତରେ

କଅଁଳ କିରଣ ବୋଳିଦିଅ ।

ତୁମ ପ୍ରେମର ଧୂପ ଧୁଆଁରେ

ପୁରା ଘର ମହକେଇ ଦିଅ ।

ମୋ ଫେରିବା ବାଟକୁ ରହିବାକୁ ଦିଅ

ମୋତେ ମୋ ନିଶାରେ

ଅନ୍ତତ ଘରେ ପହଚଂବା ଯାଏ ।



Rate this content
Log in

Similar oriya poem from Tragedy