STORYMIRROR

Lipsa Acharya

Tragedy

2  

Lipsa Acharya

Tragedy

ମୁଁ ଫେରିବି ନାହିଁ

ମୁଁ ଫେରିବି ନାହିଁ

1 min
135

ତୁମେ ଆଶା ବାନ୍ଧି ବସିଥିବ

ଦିନେ ସମୟ ବଦଳିବ

ମୁଁ ତମ ପାଖକୁ ଫେରି ଆସିବି

ହେଲେ, ନା ମୁଁ ଆଉ ଫେରିବି ନାହିଁ

ତୁମର କୋଳାହଳତାର ଖୁବ୍ ବେଦନା ଦାୟକ ପରିବେଶ କୁ

ତୁମର ଶକ୍ତ କଥାରେ ମୁଁ ଆଘାତ ହେଇ ପଡେ,

ମୁଁ ହିଂସ୍ରିକ ପାଲଟି ତମକୁ ନୁହେଁ ବରଂ ନିଜକୁ କଷ୍ଟ ଦିଏ

ନା ଇଚ୍ଚ୍ଥା ନାହିଁ ତମ କବିତାର ନାୟିକା ସାଜିବାକୁ

କି ତମ ରାଜକୀୟ ଗଳ୍ପର ରାଜକୁମାରୀ ସାଜିବାକୁ

ମୁଁ ତ ଗୋଟିଏ ସଂଜ୍ଞା ହୀନ ଅସ୍ତିତ୍ବ ଟିଏ

ତୁମର ମିଠା ମିଠା କଥା ରେ ମୋହିତ ହୋଇ

ଚାଲି ଆସିଥିଲି , ତୁମ ବାହୁ ପଞ୍ଜୁରୀ ରେ ରହିବା ପାଇଁ

ସ୍ବାଧିନତା ହରାଇ ପ୍ରତ୍ଯେକ ମୁହୁର୍ତ୍ତ ରେ କ୍ଷତାକ୍ତ ହେବି

କେବେ ଚିନ୍ତା କରି ନ ଥିବା ପରିକଳ୍ପନା ଥିଲା ମୋ ପାଇଁ

ହଁ, ତୁମେ କହିପାର ମୁଁ ସ୍ବାର୍ଥପର

ଥରେ ଭାବ ନିଜକୁ ତିଳ ତିଳ ମାରି

ତୁମକୁ କି ସୁଖର ସମ୍ଭାର ଦେଇ ପାରିବି 

ତମକୁ ଏକୁଟିଆ କରି ଚାଲି ଆସିବା 

ମୋ ପାଇଁ ଟିକିଏ ସହଜ ହେବ ଭାବିଥିଲି

ଆଜି ବୁଝୁଚ୍ଥି ତୁମକୁ ହରାଇ 

ମୁଁ ହିଁ କେଉଁଠି ହଜିଗଲି

ହଜି ଯାଇଥିବା ମୁଁ ର ଠିକଣା ତୁମେ

ଜାଣି ବି ମୁଁ ଅଜଣା ରହିବାକୁ ଚାହେଁ

ମୁଁ ଫେରି ବାକୁ ଚାହେଁ ନାହିଁ

ମୋ ଫେରିବା ଆଶାରେ ତୁମେ ମୋତେ ମନେ ପକାଉଚ୍ଥ ତାହା ମୋ ପାଇଁ ବଡକଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy