STORYMIRROR

Puspanjali Panda

Abstract Tragedy

3  

Puspanjali Panda

Abstract Tragedy

ମୁଁ ଓ ମୋ କବିତା

ମୁଁ ଓ ମୋ କବିତା

1 min
180

ବେଳେବେଳେ କବିତା ମୋ ସହ କଥାହୁଏ

ଅହରହ ସାଥେ ଥାଇବି ନୀରବରେ ରହିଥାଏ।

ବେଳେ ବେଳେ କଥାହୁଏ।

ସମସ୍ତେ ଶୋଇପଡିଲାପରେ

ଆଉ ସମସ୍ତ ଉଠିବା ଆଗରୁ

ମନ ହାଲକା ହୁଏ।

ଝରଝର ଝରି ଯାଇଥିବା କବିତା

ଆଖି ରୁ ଝରିଥିବା ଲୁହ ସହ

ମିତ ହୁଏ।

ଜମା ଜଣାଲଡେନି ଦୁଃଖ ରେ ଥିଲି ଵୋଲି

ପାଖରେ ତ ଲୁହ,କୋହ,ଅନ୍ତର୍ବେଦନା

ପୁରାପୁରି ଶୁଏ।

ଏକଲା ରହିଲି କେବେ ଯେ

କଵିତାକୁ ଫୁଟେଇବି

କାଗଜରେ କଲମରେ,

କଵିତା ସହ ମୁଁ ମିତ ବସିଯାଏ ,ଜମିଯାଏ ମନ ଭିତରେ

ଶବ୍ବ ର ଖେଳ

କଣ କରିବ ସେ ମହାକାଳ..!

ସାଥିରେ ତ ଯିବା ତୟ।

ସମୟ ଜାଣିନି, ନଜାଣେ

ଏତେ କାହିଁକି ଭୟ।

ମୁଁ ଓ ମୋ କବିତା ଜମା ଏକା ନୁହଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract