STORYMIRROR

Sasmita Rout

Tragedy

3  

Sasmita Rout

Tragedy

ମୁଁ ନିଝୁମ ରାତିର ଅଭିସାରିକା

ମୁଁ ନିଝୁମ ରାତିର ଅଭିସାରିକା

1 min
425




ମୁଁ ଝରା ଶେଫାଳୀ ଶୁଭ୍ର ସକାଳର

ରଜନିଗନ୍ଧାର ପ୍ରେୟସୀ କନ୍ୟା

ମତେ ସ୍ଵପ୍ନ ଦେଖିବା ମନା

ଏଠି ସ୍ଵଇଚ୍ଛାରେ ବଞ୍ଚିବା ମନା

ମୋ ପାଇଁ ଅନେକ ସରହଦ ସୀମା

ମୁଁ ନିଝୁମ ରାତିର ଅଭିସାରିକା


ମୋ ସ୍ଵପ୍ନ ସବୁ ଦଳା ହୋଇଯାଏ

ଭଙ୍ଗା କୁଡିଆର ବନ୍ଧ କଠରୀରେ

ମାର କାନିଟା ଅଲଡା ହୋଇଯାଏ

ନିଜର ଲୋକଙ୍କ ମୁଠାଏ ଭାତ ପାଇଁ

କେବେ ମଦବତଲ ଓ ମାଂସ ପାଇଁ

କେଇଟା ଟଙ୍କାରେ ବିକା ହୋଇଯାଏ


କେବେ କେବେ କପାଳ ଚମକେ

ମିଛ ସିନ୍ଦୂର ବିନ୍ଦୁ, ବାହାବେଦିରେ

ମୁଁ ଆବିଷ୍କାର ହୁଏ ବିଦେଶ ମାଟିରେ

ବନ୍ଦ କଠରୀର ଫୁଲ ବିଞ୍ଛଣାରେ

କେବେ କେହି ଉଦ୍ଧାର କରନ୍ତି କେବେ

ଲୁପ୍ତ ହୋଇଯାଏ ନିଜ ଭାଗ୍ୟ ନେଇ


ଅନେକ ସ୍ଵପ୍ନ ଧୂଳିସାତ ହୋଇଯାଏ

ଚିକମିକ ଆଲୁଅ ଆଢୁଆଳରେ

ବାର ଡେନ୍ସର କହ ଓ ଆଖି ଲୁହରେ

କେବେ ସ୍ବପ୍ନ ସବୁ ବୁହା ହୋଇଥାଏ

ବାହାର ରାଜ୍ୟକୁ ଟ୍ରକ ଡାଲାରେ

ଦାଦନ ଶ୍ରମିକର ମିଛ ବାହାନାରେ


ପତୁକ ପରିକା ଜଳିବାକୁ ହୁଏ

ଲେଲିହାନ ହମଶିଖାର ଝାସରେ

କିଛି ଦୋଷ ନଥାଇ ମଧ୍ୟ ମତେ

ଦେବାକୁ ପଡିଥାଏ ବାରମ୍ବାର

ସତୀସୀତା, ଯାଜ୍ଞେଶ୍ବନୀ ପରିକା

ସାରା ଜୀବନ ଅଗ୍ନି ପରୀକ୍ଷା

ମୁଁ ନିଝୁମ ରାତିର ଅଭିସାରିକା


ସସ୍ମିତା ରାଉତ

ସୋର, ବାଲେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy