ସାଧବ ବୋହୂ
ସାଧବ ବୋହୂ
ଇତିହାସ ସାକ୍ଷୀ ବିଗତ ଉତ୍କଳ ଗୌରବର
ବାଣିଜ୍ୟ ପସରା ମେଲିଥିଲା କାହିଁ କେତେଦୂର
" ବାଣିଜ୍ୟ ବଶତଃ ଲକ୍ଷ୍ମୀ " ଥିଲା ମୂଳ ମନ୍ତ୍ର
ଧନ ଧାନ୍ୟରେ ଭରିଥିଲା ଉତ୍କଳପୁରର ଭଣ୍ଡାର
ସମରକାଳୀନ ଦୃଶ୍ୟ ପ୍ରାୟ ମନେ ହେଉଥିଲା
ବିଜୟ ଦର୍ପରେ ଯେବେ ବାହାରୁଥିଲା ସାଧବ
ସାଗରର ମୁଣ୍ଡପିଟା ଲହରୀର ତାଳେ ତାଳେ
ମେଲି ଦେଉଥିଲା ତା ବୋଇତର ଲମ୍ବାପାଲ
" ଆ,କା,ମା ଭୈଃ " ସ୍ବରର ଆର୍ତ୍ତନାଦରେ
ସାଗରର ଉପକୂଳ ହେଉଥିଲା ପ୍ରକମ୍ପିତ
ଆଖି ଲୁହକୁ ଓଠରେ ହଜାଇ ସାଧବ ବୋହୂ
ଶଙ୍ଖ ହୁଳହୁଳି ଦେଇ ଗାଉଥିଲା ବିଦାୟଗୀତ
ମାଳ ଗଡାଇ ଦିବସ ଗଣନାରେ କଟୁଥିଲା
ସାଧବ ବୋହୂର ପ୍ରତୀକ୍ଷାର ଦିନ ମାନ
ସାଧବପୁଅର ସୁରକ୍ଷା ପାଇଁ, ଶୁଭ ମନାସି
ପୂଜୁଥିଲା ପ୍ରତି ଦେବା ଦେବୀ ଆସ୍ଥାନ
ଲୁପ୍ତ ଆଜି ସାଧବ କାହାଣୀ ଦୂରଅତୀତର
ଲୀନ ସାଗରର ବିସ୍ତୃତ ବାଲୁକା ଗର୍ଭରେ
କାହିଁଗଲା ଉତ୍କଳଗୌରବ ବୀର ସାଧବପୁଅ
ଭୂଲୁଣ୍ଠିତ ଆଜିର ସମୟର ଅଯତ୍ନ ସୁଅରେ
ଉତ୍କଳ ସାଧବ ବୋହୂର ଅସୀମ ଧର୍ଯ୍ୟ ସାକ୍ଷୀ
ନିଶ୍ଚୟ ଫେରିବ ଉତ୍କଳ ସାଧବ ପୁଅର ତରୀ
ସାଥିରେ ନେଇ ଅତୀତର ଅଭୂଲା ଚିରନ୍ତନ କୀର୍ତ୍ତି
ପୁଣି ଥରେ ଉଲ୍ଲାସେ ହସି ଉଠିବ ଉତ୍କଳ ଧରଣୀ
ବିସୃତ ଅତୀତର ସୁବର୍ଣ୍ଣ ନୌବାଣିଜ୍ୟ ସମରକଳା
ପାଲଟିଛି ଆଜି ବିଭବମୟ ଓଡ଼ିଆ ପରମ୍ପରା
କାର୍ତ୍ତିକ ପୂର୍ଣ୍ଣମାରେ ସୋଲପ ଭସାଣି ନୌଯାତ୍ରା
ମନେ ପକାଇ ଦିଏ ଅତୀତର ନୌବାଣିଜ୍ୟ ଗାଥା
ଶ୍ରୀମତୀ ସସ୍ମିତା ରାଉତ
ସୋର, ବାଲେଶ୍ବର
