STORYMIRROR

Sasmita Rout

Others

3  

Sasmita Rout

Others

ରାମନାମ ସତ୍ୟ ହେ

ରାମନାମ ସତ୍ୟ ହେ

1 min
474


ହୁତୂ ହୁତୂ ଜଳୁଥିବା ଚୁଲି

ମଶାଣିରେ ଜଳୁଥିବା ଜୁଇ

ମନରେ ଉଠୁଥିବା ନିଆଁ

ଅବା ପେଟ ଭୋକର ଜ୍ବାଳା

ସେଥିରେ କୋଣ ବାଛବିଚାର

ଦହନହିଁ କେବଳ ସାର

ଅବଶେଷରେ ମିଳେ

ମୁଠାଏ ଅବାଞ୍ଛିତ ପାଉସ


ସବୁ ସମୟ ଚକ୍ରର ଖେଳ

ଅପ୍ରାପ୍ତି ମୋହରେ ଜର୍ଜରିତ

ଅବିଶ୍ୱାସର ଜତୁ ଘର

ହସ୍ତ ପ୍ରସାରି ବସିଥାଏ

ଆଲଙ୍ଗି ନେବାକୁ ଅହରହ

କାମନା , ବାସନାର ନିଆଁ

ସେଥିପାଇଁ ଦେବାକୁ ପଡିଥାଏ

କେତେଯେ ଅଗ୍ନି ପରୀକ୍ଷା


କ୍ଷଣ ଭଙ୍ଗୁର ସଂସାରରେ

ସବୁ ମୋହମାୟାର ଖେଳ

କେହି ଭେଦି ପାରିନାହିଁ

ଜନ୍ମ ମୃତ୍ୟୁର ଗୂଢରହସ୍ୟ

ମହାକାଳର ଲେଲିହାନ ନିଆଁ

ଶେଷରେ ଜାଳିଦିଏ ସବୁକିଛି

ରହିଯାଏ କେବଳ ମଶାଣିର ଜୁଇ

"ରାମ ନାମ ସତ୍ୟ ହେ" ଧ୍ବନି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍