ଅସ୍ତଗିରିର ଅରୁଣିମା
ଅସ୍ତଗିରିର ଅରୁଣିମା
ପାହାନ୍ତି ଆକାଶର କୁହୁଳା ଛାତିରେ
ରାସ୍ତାକଡ଼ ବତିଖୁଣ୍ଟର ଉଜ୍ଜଳତା
ଆସ୍ତେ ଆସ୍ତେ ନିଶ୍ଚିହ୍ନ ହୋଇଯାଉଥାଏ
କେବେଠୁ କଅଁଳ ସୂର୍ଯ୍ୟର ଲାଲିମା
ଆକାଶ ସାରା ବିଚ୍ଛିନ୍ନ ହୋଇ ଗଲାଣି
କିଆ,କେତକୀର ବାସ୍ନା ଆଉନାହିଁ।
ଏବେ ଉଚ୍ଚ ଉଚ୍ଚ ଅଟ୍ଟାଳିକାର
ଟେରିସ୍ ଉପର ବିସ୍ତୀର୍ଣ୍ଣ ବଗିଚାରୁ
ଗୋଲାପ, ହେନା, ମଲ୍ଲିର ବାସ୍ନା
ତାହାର ପରିସୀମା ବିସ୍ତାରିଛି।
ହଜି ଯାଉଛି କାଉ,କୁକ୍କଟର ରାବ
ବୁଲା କୁକୁରଙ୍କ ଭୋଭୋ ଶଦ୍ଧରେ
ସକାଳର ଅଳସପଣ ଭାଙ୍ଗୁଛି
କୁଢ଼କୁଢ଼ ଆବର୍ଜନାକୁ ଆଡ଼କରି
ଆମେ ଅଣନିଶ୍ବାସି ହୋଇ ଦଉଡୁଛେ।
ଟିକେ ଖୋଲା ପବନ ଆଶାରେ
କଂକ୍ରିଟ ପାଚେରୀ ଆବଦ୍ଧ ପାର୍କ,
କିମ୍ବା ନଦୀ ତଟର ଅଭିମୁଖେ।
ଅବସ ଝାଳରେ ଦେହକୁ ଭିଜାଇ
ଝାଞ୍ଜି ପବନର ପ୍ରଖର ଗରମ ନିଶ୍ୱାସ
ପଞ୍ଜରା ଫାଡି ଭିତରୁ ବାହାରି ଆସେ
ତଥାପି ରହିଯାଏ ଅନେକ ଅବସୋସ
ପ୍ରେମ ଫଗୁଣର ଅବୋଧ ବିଶ୍ଵାସଟିକୁ
ନେଇ ଆମେ ଆଗେଇ ଚାଲିଛେ।
ଦୂର ଆକ୍ଷାଂଶର ଛାତି ଚିରି
ଅସ୍ତଗିରିର ଅରୁଣିମା ସନ୍ଧାନରେ।
