ମଶାଣି ଜୁଇ
ମଶାଣି ଜୁଇ
1 min
6.9K
ହୁତ ହୁତ ଜଳୁଥିବା ଚୁଲି
ମଶାଣିରେ ଜଳୁଥିବା ଜୁଇ
ମନରେ ଉଠୁଥିବା ନିଆଁ
ଅବା ପେଟ ଭୋକର ଜ୍ବାଳା ।
ସେଥିରେ କୋଣ ବାଛବିଚାର
ଦହନ ହିଁ କେବଳ ସାର
ଅବଶେଷରେ ମିଳେ
ମୁଠାଏ ଅବାଞ୍ଛିତ ପାଉଁଶ ।
ସବୁ ସମୟ ଚକ୍ରର ଖେଳ
ଅପ୍ରାପ୍ତି ମୋହରେ ଜର୍ଜରିତ
ଅବିଶ୍ଵାସର ଜତୁ ଘର
ହସ୍ତ ପ୍ରସାରି ବସିଥାଏ ।
ଆଲଙ୍ଗି ନେବାକୁ ଅହରହ
କାମନା , ବାସନାର ନିଆଁ
ସେଥିପାଇଁ ଦେବାକୁ ପଡିଥାଏ
କେତେ ଯେ ଅଗ୍ନି ପରୀକ୍ଷା ।
କ୍ଷଣ ଭଙ୍ଗୁର ସଂସାରରେ
ସବୁ ମୋହ ମାୟାର ଖେଳ
କେହି ଭେଦି ପାରିନାହିଁ
ଜନ୍ମ ମୃତ୍ୟୁର ଗୂଢ ରହସ୍ୟ ।
ମହାକାଳର ଲେଲିହାନ ନିଆଁ
ଶେଷରେ ଜାଳିଦିଏ ସବୁକିଛି
ରହିଯାଏ କେବଳ ମଶାଣିର ଜୁଇ
"ରାମ ନାମ ସତ୍ୟ ହେ" ଧ୍ବନି
ସସ୍ମିତା ରାଉତ,ମୋ -୭୮୯୪୭୨୨୬୪୩
ସୋର, ବାଲେଶ୍ଵର
