STORYMIRROR

Sasmita Rout

Others

3  

Sasmita Rout

Others

ଶୀତ ଆସେ

ଶୀତ ଆସେ

1 min
395


ଦୀର୍ଘ ଆଠମାସର ବିରହ ପରେ

ଘୋଡ଼ାଇ ହୋଇ ମଖମଲୀ ଚାଦର

ଚିର ସବୁଜିମା ଘାସ ଗାଲିଚାରେ

ଖେଳିଯାଏ ସ୍ନିଗ୍ଧ ଶୀତଳ ନାଲି ମୁରୁଜ ।

ସକାଳ ସୁରୁଜ ବୁଣେ ସୁନେଲି କିରଣ

ଝିଲମିଲ କରେ ମତି ମାଣିକ୍ୟର ସମ

ପତର କୋଣରେ କାକର ବିନ୍ଦୁ ମାନ

ସତେକି ଧରାରେ ଝରିଛି ତାରାଗଣ ।

ଶୀତୁଆ ଛୁଆଁ ପାଇ ହସିଉଠେ କୁସୁମ

ଭରିଯାଏ ବନେ ନାଲି ନେଳି ସମ୍ଭାର

ଷମ୍ଭାଳୁଆରୁ ନୂଆ ନୂଆ ଡେଣା ପାଇ

ଘୁରିବୁଲେ ଆନନ୍ଦେ ଉନ୍ମାଦେ ପ୍ରଜାପତି ।

ବାହାରେ ହାଡଭଙ୍ଗା ଶୀତର ପ୍ରକୋପ

ତଥାପି ସାହସ ବାନ୍ଧି ମାଟି ତା ଛାତିରେ

ଦୁଇ ମାସର ଶୀଶୁଟିକୁ ଚାପି ଧରିଛି

ରାସ୍ତା କଡରେ ଦୋକାନ ବାରଣ୍ଡାରେ ।

ନା ଅଛି ଶୀତ ପୋଷାକ ନା କନ୍ଥଡା

ଚିରା ପଣତଟିକୁ ଘୋଡେଇ ହେଉଛି

ଶୀତୁଆ ରାତିଟା ବଢ଼ି ବଢ଼ି ଚାଲିଛି

ସକାଳର ଅପେକ୍ଷାରେ ସେ ବସିଛି ।

ଶୀତୁଆ ରାତି ଆସେ ଧୀରେ ଧୀରେ

ଗରିବ କୁଡିଆକୁ ଅତି ସନ୍ତର୍ପଣରେ

ଟୁଇର କଣା ମଧ୍ୟଦେଇ ଝରିପଡେ

କାକର ବିନ୍ଦୁ ସାଙ୍ଗେ ଦୁଃଖ ଯେତେ ।

ଆହୁରି ଦଲକାଏ ଶୀତ ପଶିଆସେ

କୋଣାଫଟା ଭିକାରୀ କମ୍ବଳରେ

ଯିଏକି ଟାଣି ଗୋଟାରି ଶୋଇଥାଏ

ରାସ୍ତା କଡର ଖୋଲା ବିଶ୍ରାମ ଗୃହରେ ।

ହଁ ଶୀତ ଆସେ ପୁଳାଏ ଖୁସି ନେଇ

କୃଷକର ଧାନକ୍ଷେତ ଖଳା ବାଡିରେ

ହସି ଉଠେ ଅଗଣା ଲକ୍ଷ୍ମୀ ଆଗମନରେ

ଓଡିଆଣୀର ଧାନଶିଶା ,ଝୋଟିଚିତାରେ ।


ସସ୍ମିତା ରାଉତ

ସୋର, ବାଲେଶ୍ବର


Rate this content
Log in