STORYMIRROR

Sasmita Rout

Inspirational

4  

Sasmita Rout

Inspirational

ସ୍ଵପ୍ନମୟ ପୃଥିବୀର ସନ୍ଧାନରେ

ସ୍ଵପ୍ନମୟ ପୃଥିବୀର ସନ୍ଧାନରେ

1 min
227


ଯେଉଁ ଆଡ଼େ ଚାହିଁଲେ କ୍ଷତଚିହ୍ନ

ହୃଦୟହୀନତାରେ ଜର୍ଜରିତ ହୋଇ

ଦୁଃଖ ଯନ୍ତ୍ରଣା ଭୋଗୁଛି ପୃଥିବୀ

ହଜି ଯାଇଥିବା ଜୀବନର ପୂଣ୍ଣତା 

ଅନ୍ବେଷଣରେ ଅନ୍ତତଃ ନିଜକୁ,

ନିୟୋଜିତ କରିଦେବା ଉଚିତ।


ଜୀବନପ୍ରତି ଗଭୀର ଆସ୍ଥା ଏବଂ

ଆଶ୍ଵାସନସୂଚକ ଦାର୍ଶନୀକତା

ଅସମ୍ଭବକୁ ସମ୍ଭବ କରି ତଳିବ

ଏଇଠି ପ୍ରାପ୍ତି ଅଛି, ପୂଣ୍ଣତା ଅଛି

ଖାଲି ଯାହା ଦୃଷ୍ଟିଭଙ୍ଗୀର ,

ପରିବର୍ତ୍ତନର ଆବଶ୍ୟକତା ଅଛି।


ନିର୍ଯ୍ୟାସର ଉପଯୁକ୍ତ ଉପସ୍ଥାପନ

ପାର୍ଥିବ ସୌନ୍ଦର୍ଯ୍ୟକୁ ପ୍ରାଣବନ୍ତ କରେ

ଅମୃତଭରା ସୌନ୍ଦର୍ଯ୍ୟ ଖୋଜିବାର

ପିପାସାକୁ ବିକୀଣ୍ଣ ଓ ପରିବ୍ୟାପ୍ତ କରି

କଙ୍କ୍ରିଟପଥର ସାମ୍ରାଜ୍ୟରୁ ଗୋଡକାଢି

ସପ୍ନମୟ ରାସ୍ତାଟେ ଖୋଜିବାକୁ ହେବ


କେବେ ସ୍ବପ୍ନ ଦେଖିବା ସରେନାହିଁ

କିମ୍ବା ମରେନାହିଁ ଜୀବନର ଆଶା

ବଞ୍ଚିରହିବାର ଉନ୍ମାଦନା ହିଁ ସତ୍ୟ

ଗଭୀର ଜୀବନବାଦୀ ଦୃଷ୍ଟିଭଙ୍ଗୀରେ

ସୌନ୍ଦର୍ଯ୍ୟର ମୁଗ୍ଧ ଉପାସକ ଭାବରେ

ନିଜକୁ ଅଭିହିତ କରିବାକୁ ପଡ଼ିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational