STORYMIRROR

Tapaswini DashSarangi

Tragedy Inspirational

3  

Tapaswini DashSarangi

Tragedy Inspirational

ମୁଁ ନାରୀଟିଏ....

ମୁଁ ନାରୀଟିଏ....

1 min
215

ମୁଁ ନାରୀଟିଏ

ବଞ୍ଚିବାକୁ ଚାହେଁ ଶାନ୍ତିର ନିଃଶ୍ୱାସ ଚାହେଁ

କାହିଁକି ଏ ନିର୍ଯ୍ୟାତନା ମୋ ପ୍ରତି

ମାଆର ଗର୍ଭରୁ ଅତ୍ୟାଚାରିତା ମୁଁ

ଫୁଲ ହୋଇ ଫୁଟିବାକୁ ଚାହେଁ

ମୋ ମହକରେ ମହକିତ କରିବାକୁ ଚାହେଁ

ହେଲେ ବୀଜଟିଏ ହେଉ ହେଉ ମାର ଗର୍ଭ ରେ

ମୋତେ ଖିନ୍ ଭିନ୍ କରି ଦିଅନ୍ତି।

ମୁଁ ନାରୀଟିଏ

ମନରେ ଅନନ୍ୟ ସ୍ୱପ୍ନର ସମ୍ଭାର

ଅଲିଅଳୀ ରାଜକୁମାରୀ ମୋ ବାପା ମାଆଙ୍କର

ମୋ ବାପା ଧନରେ ଗରୀବ ହେଲେ ମୋ ପାଇଁ ରାଜା

ମୋ ପାଇଁ କମଳ ଦେଶର ରାଜକୁମାର ଖୋଜି ବୁଲନ୍ତି

ଆଉ ଯେତେବେଳେ ନୁଆର ସଂସାରରେ ପାଦ ଦିଏ

ମନରେ ଅକାତକାତ ଉନ୍ମାଦନା

ଆଉ ଅଜଣା ଡର ନୂଆ ପରିବାରକୁ ନେଇ 

ହେଲେ ମୋ ଶିକ୍ଷା ସଂସ୍କାର ଅଯୋଗ୍ୟ ହୋଇଯାଏ

ସେ ଯୌତୁକଲୋଭୀ ରାକ୍ଷସଙ୍କ ପାଶେ

ଜଳି ଯାଏ ମୁଁ ଯୌତୁକ ଅନଳରେ।

ମୁଁ ନାରୀଟିଏ

ଦେହରେ ମୋର ଭରା ଯୌବନର ଧାରା

ସୁନ୍ଦର ପ୍ରଜାପତି ପରି ଉଡି ବୁଲିବାକୁ ଚାହେଁ

ତନ ମନରେ ଉଛୁଳା ନଦୀ ପରି

ମୋର ଏ ସବୁ ଫିକା ପଡିଯାଏ

ସେଇ ଯୌନପିପାସୁ ଶ୍ଵାନଙ୍କ ଆଗରେ

ନା ମୋର ଆକୁଳ ଚିତ୍କାର 

ନା ମୋର କରୁଣ ନିବେଦନ

ସେମାନଙ୍କ ହୃଦୟ ତରଳେ

ଖାଇ ଯାଆନ୍ତି ମୋର ଶରୀରକୁ ତନ୍ନ ତନ୍ନ କରି

ନିର୍ଭୟା ଆଉ କୁନ୍ଦୁଲି ପୀଡିତାର ପରିଚୟ ନେଇ

ଛାଡି ଦିଏ ଶେଷ ନିଃଶ୍ୱାସ ।

ମୁଁ ଗୋଟିଏ ନାରୀ

କେବେ କାନ୍ଦୁଥାଏ ଗୁମୁରି 

ସେଇ ବୃଦ୍ଧାଶ୍ରମର ଚାରିକାନ୍ଥ ଭିତରେ

ପୁଅ ଜନ୍ମ ଦେଲି ମୁହିଁ

ସଭିଏଁ କହିଲେ ସେ କାଳେ ମୋତେ

 ପୁତ୍ ନରକରୁ ଉଦ୍ଧରିବ 

ହେଲେ ମୋ ସ୍ୱପ୍ନ ଧୂଳିସାତ୍ ହୋଇଗଲା

ଶେଷରେ ହୃଦୟଙ୍ଗମ ହେଲା ମୋ

 କୋକେଇ ଉଠିବ ଏଇ ଆଶ୍ରମରୁ।

ହେ ସମାଜ ମୁଁ ବଞ୍ଚିବାକୁ ଚାହେଁ ଶାନ୍ତିରେ

ମିଳିବ କି ମୋତେ ମୁକ୍ତି ଏ ଯନ୍ତ୍ରଣାରୁ।

ମୁଁ ନାରୀଟିଏ ସୃଷ୍ଟି କାରିଣୀ ମୁଁ ଏ ସଂସାରର

ମୋ ବଳିଦାନର ମୂଲ କିଛି ନାହିଁ?

ଖାଲି ଅତ୍ୟାଚାର ଲୁହ ଆଉ ଅଦେଖା କୋହ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy