ମୁଁ ନାରୀ
ମୁଁ ନାରୀ
ମୁଁ ନାରୀ ମୁଁ ନାରୀ
ଅଥୟ ହେଲେଣି ଜୀବନ ମୋହରୀ
କାନ୍ଦୁଛି ଆଜି ଗୁମୁରି
ମୁଁ ଦୁହିତା ମୁଁ ଅଟେ ଦୁଇ କୂଳ ହିତା
ସ୍ନେହର ପସରା ଧରି
ବାଣ୍ଟିଥାଏ ନିତି ପ୍ରତି ଫଲ୍ଗୁଧାର
କର୍ତ୍ତବ୍ୟ ବମହନ କରି
ମୁଁ ନାରୀ
ଝିଅ ହୋଇ କରେ ଭଗ୍ନୀ ହୋଇ କରେ
ବୋହୂ ହୋଇ କରିଥାଏ।
ସ୍ତ୍ରୀ ହୋଇ କରି ବଂଶକୁ ମୁଁ ରଖେ
କେତେ ଦୁଃଖ ସହି କରି।
ମୁଁ- ମା'ଆ ହୋଇକରି କରି ଅଳି ଧରି ସହେ
ନିଜ ସୁଖକୁ ପାସୋରି।
ସବୁ ଖୁସି ତାକୁ ଦେବା ପାଇଁ ମୁଁହି
କେବେ ଯାଏନି ମୁଁ ଡରି
ନିଜ ସୁଖକୁ ପାସୋରି।
ମୁଁ ଦୀପ ଶୀଖା ହୋଇ ଆଲୋକ ମୁଁ ଦିଏ
ନିଜକୁ ଅନ୍ଧାର କରି।
ବୁଝନ୍ତିନି କେହି ଏ ନାରୀ ମହତ୍ଵ
ଏ ବଡ ଅନାୟ ଭାରି
ମୁଁ ନାରୀ ଦୁଷ୍କର୍ମ ଚାଲିଛି ଦେଶରେ ଯେପରି
ଅବସାଦ ଯାଏ ଘାରି
ଦିଅ ହେ ଅଭୟା ହୁଏ ମୁଁ ନିର୍ଭୟା
ତବ ଶକ୍ତି ପାଳିକରି।
