"ମୁଁ ମରିଗଲା ପରେ"
"ମୁଁ ମରିଗଲା ପରେ"
ମୁଁ ମରିଗଲା ପରେ
ତୁ ପାଇବୁ ସୁଖ
ଏ ଅର୍ଦ୍ଧପାଗଳ ତୋତେ
ଦେଉଛି ଦୁଃଖ
ମୁଁ ମରିଗଲା ପରେ
ତୁ ପାଇବୁ ସୁଖ।
ମୁଁ ମେଣ୍ଟାଇ ପାରୁନି
ତୋ ମନର ଦୁଃଖ
ମୁଁ ମେଣ୍ଟାଇ ପାରୁନି
ତୋ ହୃଦୟ ଦୁଃଖ
ମୁଁ ମରିଗଲା ପରେ
ତୁ ପାଇବୁ ସୁଖ ।
ମୋ ପ୍ରେମ ମିଛ
ମୋ କର୍ମ ମିଛ
ମୋ ଭଲପାଇବା
ମୋ ଧର୍ମପତ୍ନୀ ତୋତେ କରିବା
ସବୁ ତ ମିଛ
ତୋ ପାଶେ ମୋ ଭଲପାଇବା ମିଛ
ଏ ଅର୍ଦ୍ଧପାଗଳ ର ସଂସାର ମିଛ
ଦେଇ ଚାଲିଛି ମୁଁ ତୋତେ ଦୁଃଖ
ମୁଁ ମରିଗଲା ପରେ
ତୁ ପାଇବୁ ସୁଖ
ଏ ଅର୍ଦ୍ଧପାଗଳ ତୋତେ ଦେଉଛି ଦୁଃଖ
ମୁଁ ମରିଗଲା ପରେ
ତୁ ପାଇବୁ ସୁଖ ।
ମୋ ପାଇଁ ତୋ ସିନ୍ଦୂର ମିଛ
ମୋ ପାଇଁ ତୋ ଶଙ୍ଖା ବି ମିଛ
ତୋ ହୃଦୟେ ଦେଇଛି ଦୁଃଖ
ମୁଁ ଅପାରଗ ମୋ ପ୍ରେମ ମିଛ
ମୋ ମୃତ୍ୟୁ ଦିନ
ତୁ ଖାଇବୁ ମାଂସ ମାଛ
ତୋ ପାଇଁ ମୁଁ ମିଛ
ମୋ ପ୍ରେମ ମିଛ
ଏ ଅର୍ଦ୍ଧପାଗଳ ତୋତେ ଦେଉଛି ଦୁଃଖ
ମୁଁ ମରିଗଲା ପରେ
ତୁ ପାଇବୁ ସୁଖ ।
ଏତେବଡ ଦୁନିଆଁରେ
ଧରମ ମିଛ
ଏତେବଡ ଦୁନିଆଁରେ
କରମ ମିଛ
ମୁଁ ମଲା ବାସୀ ତୁ ପାଇବୁ ସୁଖ
ମୁଁ ନୁହେଁ କାହାର
କେ ନୁହେଁ ମୋହର
ଏ ଅର୍ଦ୍ଧପାଗଳ ତୋତେ ଦେଉଛି ଦୁଃଖ
ମୁଁ ମରିଗଲା ପରେ
ତୁ ପାଇବୁ ସୁଖ ।
ବୁଝେନା ମୁଁ ପର
କେ ନୁହେଁ ନିଜର
ସେ ପାଇଁ ମୁଁ ନୁହେଁ ତ କାହାର
ଏ ମାୟା ସଂସାରେ ସବୁ ମିଛ
ସବୁ ମାୟା ସବୁଠି ଘୋର ଅନ୍ଧକାର
ବନ୍ଧୁ ପରିଜନ ସଖା ସହୋଦର
ସଭିଏଁ ଅଟନ୍ତି ସାଥୀ ତ ସୁଖ ର
ସନ୍ତାନ ସନ୍ତତି ଜାୟା ଜନନୀ
ପିତା ଭ୍ରାତା ଆଉ ଯେ ଭଗିନୀ
ସରବେ ଖୋଜନ୍ତି ସୁଖ ତାଙ୍କର
ଏ ଅର୍ଦ୍ଧପାଗଳ ସଭିଙ୍କୁ ଦେଉଛି ଦୁଃଖ
ମୁଁ ମରିଗଲା ପରେ
ସର୍ବେ ପାଇବେ ସୁଖ ।
ପତନରୁ ଉଦ୍ଧାର କରେ ବୋଲି
ପତ୍ନୀ ହୋଇଛି ନାମଟି ତାହାର
ଦେଉଛି ତାକୁ ମୁଁ ତାକୁ ଦୁଃଖ ଅପାର
ମୋ ତ୍ୟାଗପୂତ ଜୀବନେ
ନୁହେଁ ମୁଁ ନିଜର କାହାର
ଦେଇ ପାରିଲିନି ତାକୁ ମୁଁ ସୁଖ
ଏ ଅର୍ଦ୍ଧପାଗଳ ତାକୁ ଦେଉଛି ଦୁଃଖ
ମୁଁ ମରିଗଲା ପରେ
ସେ ପାଇବ ସୁଖ ।
ମୁଁ ନୁହେଁ କାହାର
କେ ନୁହେଁ ମୋହର
ହୋଇପାରିଲିନି ମୁଁ ସ୍ଵାର୍ଥପର
ମୋ ସ୍ତ୍ରୀ କୁ ମୁଁ ଖାଲି ଦେଲି ଦୁଃଖ
ଏ ଅର୍ଦ୍ଧପାଗଳ ଜୀବନେ
ନାହିଁ ମୋ ସୁଖ
ମୋ ଅର୍ଦ୍ଧାଙ୍ଗିନୀ କୁ ମୁଁ ଦେଉଛି ଦୁଃଖ
ମୋ ସଂସାର ଜୀବନ ଅଟେ ତ ତୁଚ୍ଛ
ଏ ଅର୍ଦ୍ଧପାଗଳ ତାକୁ ଦେଉଛି ଦୁଃଖ
ମୁଁ ମରିଗଲା ପରେ
ସେ ପାଇବ ସୁଖ ।
