STORYMIRROR

Seetaram Dash

Tragedy Classics

4  

Seetaram Dash

Tragedy Classics

ମୁଁ କର୍ଣ୍ଣ

ମୁଁ କର୍ଣ୍ଣ

1 min
369


ମା' ତୁମେ ପରା ମମତାମୟୀ,

କେମିତି ପାରିଲ ମତେ ନଦୀରେ ଭସାଇ।


ଥରେ ହେଲେ ଚାହିଁଲନି ମୋ କୋମଳ ମୁହଁ,

ଜୀବନରେ ଭରିଦେଲ ଅସରନ୍ତି ଲୁହ।


ସେ ଦିନ ମୁଁ ନେଇଥିଲେ ସଲିଲ ସମାଧି,

ଉପେକ୍ଷିତ ଜୀବନରୁ ପାଇଥାନ୍ତି ମୁକ୍ତି।


ମା' ମତେ କରିଦେଲ ଏମିତି ପର,

ସଂପର୍କଟା ଲାଗେ ଆଜି ପାଣିର ଗାର।


ତୁମେ ଥାଇ ମୁଁ ଆଜି ସାଜିଲି ଅନାଥ,

ଅନୁଜ ବୋଲଇ ମତେ "ହେ ସୁତ ପୁତ୍ର"।


ବୃଥା ମୋର ଗୁରୁଭକ୍ତି, ବୃଥା ପରାକ୍ରମ,

ଅପମାନେ କଟିଗଲା ମୋ ସାରା ଜୀବନ।


ବିନା ଦୋଷେ ଅଭିଶପ୍ତ ମୁଁ ସାରା ଜୀବନ,

ମିଳିଲାନି କୃଷ୍ଣା ଆଉ ମିଳିଲାନି ପ୍ରକୃତ ପ୍ରାଙ୍ଗଣ।


ଏତିକି କରିବ ମା ପକାଉଛି ରାଣ

ମରଣ ପୁର୍ବରୁ କେବେ କହିବନି ମୁଁ ତୁମ ସନ୍ତାନ।


ମା ମୋର ମହାସତୀ, ପିତା ସୂର୍ଯ୍ୟନାରାୟଣ

ବିଧାତା ଲେଖିଛି ମୋର ଅଲୋଡ଼ା ଜୀବନ।

          "ମୁଁ କର୍ଣ୍ଣ"


Rate this content
Log in

Similar oriya poem from Tragedy