ମୁଁ କିନ୍ତୁ ଭୁଲିଗଲି
ମୁଁ କିନ୍ତୁ ଭୁଲିଗଲି
ମୋ ନିଦର ଠିକଣା
ତା ପଣତ
ମୋ ମନ ଭାଷା
ତା ସଙ୍ଗୀତ
ତା ମୁହଁ ଦରିଆରେ
ମୁଁ ତା ସ୍ୱପ୍ନ ,
ଆଶାର ଗୋଟିଏ ବୋଇତ।।
ତା ରଙ୍କନିଧି ମୁଁ
ସେ ମୋ ସେହ୍ନ ସିନ୍ଦୁକ
ମମତାର ଟିକିଏ ଆକାଶ
ମୁଁ ତା ଧ୍ରୁବତାରାଟିଏ
ତା ଆଖିର ପୁଅ ଡୋଳା
ଶ୍ରେଷ୍ଠ ସମ୍ପଦ
ଜୀବନ ତମାମ ତପସ୍ୟାର ଫଳ।।
"ମୁଁ କିନ୍ତୁ ଭୁଲିଗଲି"
ତା କୋଳ
କାନି
ଗେଲ
କେତେ ହୁଏ ଡହଳ ବିକଳ
ମୋତେ ଟିକେ ଦେଖିବାକୁ
ମୋ ପାଖେ ନାହିଁ କିନ୍ତୁ ବେଳ।।
ମୁଁ ଦଉଡୁଛି
ସୁନା ଆତ, ସୁନା ହରିଣ ପଛରେ
ବୁଢ଼ୀ ଅଚଳି ପଇସାର କଣ ମୂଲ୍ୟ?
ତର କାହିଁ ପଢିବାକୁ
ତା ମୁହଁ
ଆଖି
ଅଦେଖା ଭିତର
ମୁଁ ବା ଏବେ ବଡ଼ ହୋଇ ଯାଇଛି
ମୋର କିଛି ମନେ ନାହିଁ
ପଛ
ଆଗକୁ ଦଉଡୁଛି ଅବିରତ !!
ଖାଲି ହେବା ଗଢିବା ନିଶାରେ
ମୋ ପାଦ ଟଳମଳ।।